ଜାତୀୟ ରାଜପଥ କଡ଼ରୁ ଗଛ କାଟି ନଷ୍ଟ କରିବା ଫଳରେ ପଥଚାରୀ ଖରାରେ ହନ୍ତସନ୍ତ : ଏପଟେ ଯାତ୍ରୀ ବିଶ୍ରମାଗାର ଗୁଡ଼ିକର ଅବସ୍ଥା ବେହାଲ

0 63

ମ. ରାମପୁର : ରାୟପୁର/ ଗୋପାଳପୁର ୫୯ ଜାତୀୟ ରାଜପଥର ଉନ୍ନତି କରଣ ଲାଗି ଶହ ଶହ ମୂଲ୍ୟବାନ ଫଳ ଗଛ କାଟି ନଷ୍ଟ କରିବା ଫଳରେ ପଥଚାରୀଙ୍କ ଅବସ୍ଥା ବେହାଲ୍। ରାସ୍ତାକୁ ସରସ ସୁନ୍ଦର କରିବା ପାଇଁ କେନ୍ଦ୍ର ଅନୁଦାନରୁ କୋଟି କୋଟି ଟଙ୍କା ବ୍ୟୟ କରାଗଲା । କିନ୍ତୁ ରାସ୍ତାର ଉଭୟ ପାର୍ଶ୍ଵରେ ଏ ପର୍ଯ୍ୟନ୍ତ ଗୋଟିଏ ଚାରା ମଧ୍ଯ ଲାଗିନାହି ।

ପ୍ରକାଶ ଥାଉକି, ଆଜିକୁ ପ୍ରାୟ ଦୁଇ ବର୍ଷ ହେବ ରାୟପୁର ଗୋପାଳପୁର ୫୯ ଜାତୀୟ ରାଜପଥ ଅମାଠରୁ ମ. ରାମପୁର ଯାଏଁ ପୁନଃ ନିର୍ମାଣ କରାଗଲା କିନ୍ତୁ ରାସ୍ତାର ଦୁଇ ପାର୍ଶ୍ଵରେ ରାଜୁଡ଼ା ଅମଳରୁ ଥିବା ବହୁତ ଗୁଡ଼ିଏ ମୂଲ୍ୟବାନ ଫଳ ଗଛ ଯଥା- ଆମ୍ବ, ତେନ୍ତୁଳି, ଜାମୁକୋଳି କୁସୁମ୍ ଇତ୍ୟାଦି ଅନେକ ପ୍ରକାର ଗଛ ଲଗଯାଇଥିଲା ଯାହାଦ୍ୱାରା ପଥଚାରୀ ଯିବା ଆସିବା କରିବା ସମୟରେ ଖରା ବର୍ଷାରୁ ତ୍ରାହି ପାଇବା ସହ ଫଳଟିଏ ମଧ୍ୟ ଖାଇ ଭୋକମେଣ୍ଟଉ ଥିଲେ ।

କିନ୍ତୁ ରାସ୍ତାର ଉନ୍ନତିକରଣ ନାଁ ରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଗଲା ହେଲେ ରାସ୍ତା କଡରେ ଗୋଟାଏ ମଧ୍ୟ ନୃତନ୍ ଗଛ ଲଗାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏପଟେ ଖରାଦିନ ଆସି ଖରା ୪୦ ଡିଗ୍ରୀ ଉପରେ ହେଲାଣି । ହୁଏତ ଗଛଟିଏ ଥିଲେ ବାଟୋଇ ଖରାରୁ ଟିକେ ଆଶ୍ୱସ୍ତି ଲାଭ କରିଥାନ୍ତେ । ପରିତାପର ବିଷୟ ଏହିକି ଯେ ପ୍ରତୀ ଆଠ କିଲୋମିଟରରେ ଯୋଉ ଗୋଟେ ଲେଖାଏଁ ଯାତ୍ରୀ ବିଶ୍ରାମାଗାର ଅଛି ତାହା ପୁଣି ନାହିଁ ନଥିବା ଭଳି । କୋଉଠି ଛାତ ଫାଟି ଆଁ କଲାଣି ତ କୋଉଠି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ସହ ଖାଲି ମଦ ବୋତଲ ପଡ଼ିରହିଛି । ଏମିତି ଦୃଶ୍ୟ ପ୍ରାୟତଃ ସମସ୍ତ ବିଶ୍ରାମାଗାରର । ଏଥିପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ଅନୁରୋଧ ।

Leave A Reply

Your email address will not be published.