ସି.ଆର.ପି.ଏଫ ଯବାନଙ୍କ ଦ୍ବାରା ମୋହନଗିରି ଅଞ୍ଚଳରେ ପାଣିଟ୍ୟାଙ୍କ,ଆକ୍ବାଗାର୍ଡ ଓ ସୋଲାର ଲାଇଟ ବଣ୍ଟନ

0 62

ମ.ରାମପୁର: କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଲୟ ଓ ଶ୍ରୀ ଏସ.କେ ମହାନ୍ତି ଆଇ.ଜି.ପି ଓଡିଶା ସେକ୍ଟରଙ୍କ ନିର୍ଦ୍ଦେଶ କ୍ରମେ  କଲାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରି ଗ୍ରାମ ପଞ୍ଚାୟତ ସ୍ଥିତ ୬୪ ବାଟାଲିୟନ ସିଆରପିଏଫ ଯବାନଙ୍କ ପକ୍ଷରୁ ପାଣିଟାଙ୍କି, ଆକ୍ୱାଗାର୍ଡ ଓ ସୋଲାର ଲାଇଟ୍ ବଣ୍ଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଶ୍ରୀ ବିପ୍ଳବ ସରକାର୍( ୬୪ ବାଟାଲିୟନ କମାଣ୍ଡେଟ୍)  ଶ୍ରୀ ସୁର୍ଯ୍ୟକାନ୍ତ ମିଶ୍ର (ଡି. ସି କମାଣ୍ଡେଟ୍ ) ,ମୋହନଗିରି ଇନିଷ୍ପେକ୍ଟର ଡି.ଜେ ମଦନ ସିଂ ଉପସ୍ଥିତ ରହି ମୋହନଗିରି ପ୍ରାଥମିକ ଚିକିତ୍ସାଲୟ ,ଡିଗ୍ରି କଲେଜ ଓ ମୋହନଗିରି ଗାଁ ମଧ୍ୟରେ ସିଆରପିଏଫ ଯବାନ ଙ୍କ ତରଫରୁ ୫୦୦ ଲିଟର କ୍ଷମତା ବିଶିଷ୍ଟ ୬ ଗୋଟି ପ୍ଲାଷ୍ଟିକ ପାଣିଟାଙ୍କି, ୬ଗୋଟି ଆକ୍ୱାଗାର୍ଡ, ବିତରଣ କରିବା ସହ ମୋହନଗିରି ଗ୍ରାମପଞ୍ଚାୟତର ଧାରୁଆ ପଡ଼ା, ସାତମୌଜା, କୁଟ୍ରୁପଲା ଇତ୍ୟାଦି ଗ୍ରାମ ଗୁଡ଼ିକରେ ତିନି ଗୋଟି ଲେଖାଏଁ ସୋଲାର ଲାଇଟ ଲଗାଯାଇଥିଲା । ଇ ୬୪ ସିଆରପିଏଫ ଙ୍କ ଏଭଳି କାର୍ଯକ୍ରମକୁ ମୋହନଗିରି ସରପଞ୍ଚ ଏବଂ ମୋହନଗିରି ଗ୍ରାମବାସୀ ତଥା ବୁଦ୍ଧିଜୀବୀଙ୍କ ମହଲରେ ଯବାନମାନଙ୍କ ପ୍ରତି ପ୍ରଶଂସାର ଶୁଅ ଛୁଟିଛି ।

Leave A Reply

Your email address will not be published.