ଆରଡ଼ି ଏସି ଅଫିସର ଗୁମର କଥା

0 64

କେନ୍ଦୁଝର: ଉତ୍ତର ପୂର୍ବାଞ୍ଚଳ ଗ୍ରାମ୍ଯ ନିର୍ମାଣ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ବା ଆରଡ଼ି ଡିପାଟମେଣ୍ଟ ରଏସିଙ୍କ କାର୍ଯ୍ୟଳୟ କହିବା ଏହା କେନ୍ଦୁଝର ସ୍ଥିତ ଡି ଡିକଲେଜ ପାଖ ଇଲେକ୍ଟ୍ରି ଗ୍ରୀଡ଼ ପାଖରେ ଅବସ୍ଥିତ । ଏହି କାର୍ଯ୍ୟାଳୟଟି 6ଯ ହେତୁ ମୁଖ୍ୟ ସହର ମଧ୍ୟରୁ ୪/୫ କି.ମି ଦୂରତାରେ ଅବସ୍ଥିତ 6ତଣୁ ଏଠାକୁ କୌଣସି ଭଚ୍ଚ ଅଧିକାରୀ କିମ୍ବା ସାମ୍ବାଦିକ ମାନଙ୍କର ଯାତାୟତ କମ୍ ଥଏ ।

ଏହାର ଭରପୁର ଫାଇଦା ଏଇ କାର୍ଯ୍ୟାଳୟ ଅଧିନରେ ଆସୁଥିବା ଆରଡ଼ି ଡିଭିଜନ – ୧,ଆରଡି – ୨, ଘଟଗାଁ, ଆନନ୍ଦପୁର ଓ ଚମ୍ପୁଆ କାର୍ଯ୍ୟାଳୟର କର୍ମଚାରୀ ଉଠାଇ ଥାଆନ୍ତି । ଏଥି ସହ ଏହି କାର୍ଯ୍ୟାଳୟ ରେ ମଧ୍ୟ ସରକାରୀ ନିୟମର ଧଜିଆ ଉଡାଯାଉଥିବାର ନଜିର ଅଛି । ଅଳ୍ପ ଦିନ ତଳେ ଏଇ ବିଭାଗ ଅଧିନରେ ଟେଣ୍ଡର ଦୁର୍ନୀତିରେ ଛନ୍ଦି ହୋଇ ୮ ଜଣ ଠିକାଦାରଙ୍କ ନାମରେ ଟାଉନ ଥାନାରେ କେସ ରେଜିଷ୍ଟ୍ର ହୋଇଥିବା ଜଣାଯାଏ । ଖାଲି ଯେ ଠିକାଦାର ଏ କାର୍ଯ୍ୟରେ ସଂଶ୍ଳିଷ୍ଟ ଏହା ଠିକ୍ ନୁହଁ ଯେଉଁ ପ୍ରକ୍ରିୟା ଦ୍ଵାରା ଠିକାଦାର ମାନେ କାମକୁ ହାତେଇବାର ପ୍ରୟାସ କରିଥିଲେ ସେହି ପ୍ରକ୍ରିୟାରେ ଯେଉଁ କର୍ମଚାରୀ ଲିପ୍ତ ସେମାନଙ୍କୁ ବର୍ତ୍ତମ।ନ ସୁଦ୍ଧା ଘଣ୍ଟ କାହିଁକ ଘୋଡା ଯାଇଛି ? କ’ଣ ଏହା ପୂର୍ବ କଳ୍ପିତ ନୁହେଁ ତ ? ଏ ସବୁ ପ୍ରକ୍ରିୟା ପ୍ରାୟ ବହୁ ପୂର୍ବରୁ ଚାଲୁଥିବାର ଶୁଣିବାକୁ ମିଳେ ।

ଯଦି ୮/୧୦ ବର୍ଷ ତଳର ଯେତେ ସବୁ ଟେଣ୍ଡର ପ୍ରକ୍ରିୟା ହୋଇଥିଲା ସେସବୁକୁ ପୁନଃ ଯାଞ୍ଚ କରାଯାଆନ୍ତା ଆହୁରି ତଥ୍ୟ ସାମ୍ନାକୁ ଆସନ୍ତା ବୋଲି ଆଲୋଚନା ହେଉଛି । ପୂର୍ବରୁ ଜଣେ ଜେ ଇ ଘରେ ବସି କାର୍ଯ୍ୟସ୍ଥଳି କୁ ନ ଯାଇ ବିଲ ପତ୍ର ତଥା  ଏମବି କୁକରେ ସମସ୍ତ ତଥ୍ୟ ଲେଖି ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବାର ଜଣାଯାଏ । ଏ ସମ୍ବନ୍ଧ ର ପୂର୍ବରୁ ଏହି” ଖୋଲା ଫର୍ଦ୍ଦ ” ସାପ୍ତାହିକ ଖବର କାଗଜରେ ତଥ୍ୟ ସମ୍ଭଳିତ ଖବର ପରିବେଷଣ ହୋଇଥିଲେ ମଧ୍ୟ ସେଇ ଜେଇଙ୍କ ବିରୁଦ୍ଧରେ କୌଣସି ମାମଲା ରୁଜ୍ଜୁ ହୋଇ ନ ଥିଲା।           

RTI ସୂଚନା ମୁତାବକ ଏହି କାର୍ଯ୍ୟାଳୟ ରେ କାର୍ଯ୍ୟରତ ଡ୍ରାଫ୍ଟସମ୍ୟାନ ସୁଭେନ୍ଦୁ କୁମାର ଦେ କେନ୍ଦୁଝର କାର୍ଯ୍ୟାଳୟ ରେ ୧୯୯୩ରେ ଯୋଗଦାନ କରି ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । ମାନେ ଦୀର୍ଘ ୨୭ ବର୍ଷ , ଏହା ସରକାରଙ୍କ କେଉଁ ନିୟମ ଆଧାର ରେ ? ସରକାର ତାଙ୍କ ଅବସ୍ଥିତି ସମ୍ପର୍କରେ ଜାଣିଛନ୍ତିନା ନାହିଁ ତାହା ଏକ ପ୍ରଶ୍ନବାଚି ସୃଷ୍ଟି କରୁଛି । ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ବାହାର ଜିଲ୍ଲାର , ସରକାରୀ ନିୟମ କହୁଛି ଚତୁର୍ଥ ଶ୍ରେଣୀ କର୍ମଚାରୀ ବାହାର ଜିଲ୍ଲାର ଅନ୍ୟତ୍ର ବଦଳୀ ବା ପଷ୍ଟିଙ୍ଗ ହୋଇ ପାରିବେ ନାହିଁ । ଏହି କାର୍ଯ୍ୟାଳୟରେ ଜଣେ ପିଆନ ଓ ଚୌକି ଦାର ବାହାର ଜିଲ୍ଲାର । ଆହୁରି ଜଣେ କର୍ମଚାରୀ ଦିଲିପ କୁମାର ସାହୁ ମୟୁରଭଞ୍ଜ ଅଞ୍ଚଳର ଜୁନିୟର 6ଷ୍ଟନୋଗ୍ରାଫର ହିସାବରେ ୨୦୧୧ ମସିହାରେ କେନ୍ଦୁଝର ଏସି ଅଫିସରେ ଯୋଗଦାନ କରିଥିଲେ ।

ସେ ରେଗୁଲାର ୨୦୨୦ ମସିହାରେ ଏଷ୍ଟାବ୍ଳିସମେଣ୍ଟ ସେକସନରେ ହୋଇ କର୍ତ୍ତମାନ ବାରିପଦାରେ କାର୍ଯ୍ୟରତ (ଡେପୁଟେସନରେ )। ଜଣାଯାଏ ସେ ଚାକିରି କାଳ ମଧ୍ୟରେ କେନ୍ଦୁଝରରେ ଜମା କାର୍ଯ୍ୟ କରି ନାହାନ୍ତି।ଉପରେ(ଭୁବନେଶ୍ଵର)ଧରା ଧରି କରି ବାରିପଦା ଆର ଡବ୍ଲୁ ଡିଭିଜନ ରେ କାର୍ଯ୍ୟ କରୁଛନ୍ତି କିନ୍ତୁ ଦରମା କେନ୍ଦୁଝରରୁ ପାଉଛନ୍ତି । ଏସି ଅଫିସରେ କର୍ମଚାରୀ ଅଭାବରୁRD-I ଏବଂ RD-II ର କର୍ମଚାରୀ ଆସି କାର୍ଯ୍ୟାଳୟ ର କାର୍ଯ୍ୟ କରୁଛନ୍ତି କିନ୍ତୁ ଏଠାରୁ କର୍ମଚାରୀ ଯାଇ ବାରିପଦାରେ କାମ କରି ସରକାରଙ୍କୁ ପଟି ମାରି ଦରମା ନେଉଛନ୍ତି ଇଏ ହେଲା ଏସି ଅଫିସର ଭିତିରି କଥା। 

ସେଇ ଭଳି ଦିପ୍ତିମୟୀ ବେଉରା ଅସ୍ଥାୟୀ ଭାବରେ ୨୦୦୦ରେ କଟକରେ ଚାକିରୀରେ ଯୋଗ ଦେଇ କେନ୍ଦୁଝର କୁ ୨୦୦୯ରେ ଆସିଲେ,ସେହିଦିନଠାରୁଆଜିପର୍ଯ୍ୟନ୍ତ କେନ୍ଦୁଝର ଠାରେ କାର୍ଯ୍ୟରତ ଏବଂ ତାଙ୍କର ସ୍ଥାୟୀ ଏଇ କାର୍ଯ୍ୟାଳୟ ରେ ୨୦ ୨୧ ରେA. E ପଦବୀରେ ହୋଇଅଛି । ଏଇ ଭଳି ଅନେକ କାହାଣୀ ଏହି କାର୍ଯ୍ୟାଳୟ ରେ ଘଟୁଥିଲେ ମଧ୍ୟ ଉଚ୍ଚ ଅଧିକାରୀଙ୍କ ଅଭୟ ବାଣିବା ସଂରକ୍ଷଣ ବିନା ଏ ସବୁ ଗଲୋକ ଧନ୍ଦା କେବେ ବିଚାଲିପାରିବ ନାହିଁ ବୋଲି ଜିଲ୍ଲାରେ ଚର୍ଚ୍ଚ ହେଉଛି ।ନବୀନ ବାବୁଙ୍କ ଭଳି ସ୍ଵଚ୍ଚ ଶାସନ କାଳ ମଧ୍ୟରେ ଫାଇଭଟି ଭଳି ପ୍ରଶାସକ ଥିବା ସମୟରେ ଏହି ସଂସ୍ଥାର କଳାକାରନାମା କୁ କିଭଳି ଦେଖି ପାରୁ ନାହାନ୍ତି ତାହା ପ୍ରଶ୍ନବାଚି ସିଷ୍ଟି କରୁଛି ।

Leave A Reply

Your email address will not be published.