ବାରମ୍ବାର ଟ୍ରାଫିକ୍ ନିୟମ ଉଲଙ୍ଘନକାରୀ ସାବଧାନ

0 69

ସରକାରୀ ୱେବସାଇଟକୁ ନାଁ ଚାଲିଯିବ

ନୂଆଦିଲ୍ଲୀ, ୪ ।୪ : ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ପାଇଁ ପରିବହନ ବିଭାଗ ନିୟମ ଆହୁରି କଡାକଡି କରିବାକୁ ନିଷ୍ପତ୍ତି ନେଇଛି । ପରିବହନ ନିଗମର ନୂଆ ନିୟମ ଅନୁଯାୟୀ, ଯଦି ଗାଡି ଚାଳକ ବାରମ୍ୱାର ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଜଣାପଡେ ତାହେଲେ ରାଜ୍ୟ ପରିବହନ ବିଭାଗ ଉଲଙ୍ଘନକାରୀଙ୍କ ନାଁ ସରକାରୀ ୱେବସାଇଟରେ ଅପଲୋଡ଼ କରିପାରନ୍ତି । ରିପୋର୍ଟ ଅନୁଯାୟୀ, ସଂଶୋଧିତ କେନ୍ଦ୍ର ମୋଟର ବାହନ ନିୟମରେ ପରିବର୍ତ୍ତନ କରାଯାଇପାରେ । ରିପୋର୍ଟ ଅନୁଯାୟୀ, ନୂଆ ଯାତାୟାତ ନିୟମ ଅନୁସାରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଇବା, ସ୍ପିଡ଼ରେ ଗାଡି ଚଲାଇବା, ବିପଦଜନକ ଡ୍ରାଇଭିଂ କରିବା ଓ ହେଲମେଟ ନ ପିନ୍ଧିଲେ ଏହି ପଦକ୍ଷେପ ନିଆଯାଇପାରେ । ମିଡ଼ିଆ ରିପୋର୍ଟ ଅନୁସାରେ ଲୋକଙ୍କୁ ଠିକ ଭାବେ ଟ୍ରାଫିକ ନିୟମ ପାଳନ କରାଇବାକୁ ପରିବହନ ବିଭାଗର ୱେବସାଇଟରେ ଗେମ ଆଣ୍ଡ ଶେମ ନାମକ ଏକ ଅନୁଭାଗ କରିବ ଯେଉଁଠି ଏମିତି ଲୋକଙ୍କ ନାଁ ରହିବ ଯେଉଁମାନେ ବାରମ୍ବାର ଟ୍ରାଫିକ ନିୟମ ଉଲଙ୍ଘନ କରୁଛନ୍ତି । ଏମାନେ କେବଳ ନିଜ ଜୀବନକୁ ବିପଦରେ ପକାଇନଥାନ୍ତି ବରଂ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାନ୍ତି । ତେବେ ଲୋକଙ୍କ ନାଁ ସରକାରୀ ପୋର୍ଟାଲରେ ସେତେବେଳେ ଅପଲୋଡ୍ କରାଯିବ ଯେତେବେଳେ ଡ୍ରାଇଭିଙ୍ଗ ଲାଇସେନ୍ସ ଉପଯୋଗ ହେବାର ମାସେ ପରେ ମଧ୍ୟ ଏ ସମ୍ବନ୍ଧରେ କୌଣସି ଅପିଲ ନ ହୁଏ । ଯଦି ଏହିଭଳି ଚାଳକ ମାସେ ମଧ୍ୟରେ ଅପିଲ ନ କରନ୍ତି ତାହେଲେ ସେମାନଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ମନକୁ ନିରସ୍ତ କରିଦିଆଯିବ । ପରିବହନ ବିଭାଗ ପୋର୍ଟାଲରେ ଯେଉଁ ଗାଡି ଚାଳକଙ୍କ ନାଁ ଅପଲୋଡ୍ କରାଯିବ ସେମାନଙ୍କ ପ୍ରିଣ୍ଟ ମଧ୍ୟ ବାହାର କରାଯାଇପାରିବ ଓ ସେୟାର ମଧ୍ୟ କରାଯାଇପାରିବ । ନୂଆ ପରିବହନ ନିୟମ ୨୦୨୧ ନଭେମ୍ୱର ମାସରୁ ଲାଗୁ ହେବ । ନିୟମ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ପୂର୍ବରୁ ଡ୍ରାଇଭିଙ୍ଗ ଲାଇସେନ୍ସ ଅଛି ଏବଂ ଯଦି ଆପଣ ଟ୍ରାଫିକ ନିୟମ ଉଲଙ୍ଘନ କରନ୍ତି ତାହେଲେ ଆପଣଙ୍କୁ ସେଫଟି ସାର୍ଟିଫିକେଟ କୋର୍ସ ପାସ କରିବାକୁ ପଡିବ । ଏହି କୋର୍ସ ପୁରା କରିବାକୁ ଆପଣଙ୍କୁ ୩ ମାସ ସମୟ ଦିଆଯିବ । କୋର୍ସ ପୁରା କରିଥିବା ଡ୍ରାଇଭରଙ୍କ ଆଧାର କାର୍ଡକୁ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଯୋଡ଼ାଯିବ ଯେପରି ତାଙ୍କ ଡ୍ରାଇଭିଙ୍ଗକୁ ଟ୍ରାକ କରାଯାଇପାରିବ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ବର୍ତ୍ତମାନ ସୁରକ୍ଷିତ ଡ୍ରାଇଭିଂକୁ ନେଇ ଦୃଢ ପଦକ୍ଷେପ ନେବାକୁ ଯାଉଛନ୍ତି । ହେଲମେଟ୍ ନ ପିନ୍ଧି ବାଇକ ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବାକୁ ବାଇକ ଚାଳକଙ୍କ ଫୁଟେଜ୍ ସେୟାର୍ କରାଯିବ ଓ ଚାଲାଣ କଟାଯିବ ।

Leave A Reply

Your email address will not be published.