ପାର୍ଟିକୁ ଡକାଇ ଡ୍ରଗ୍ସ ଦେଇ ଗଣଦୁଷ୍କର୍ମ : ନାବାଳକ ସମେତ ୪ ଗିରଫ

0 52

ବ୍ରିସବେନ୍, ୪ ।୪: ଅଷ୍ଟ୍ରେଲିଆର ବ୍ରିସବେନ୍ ସହରରେ ଜଣେ ଯୁବତୀଙ୍କୁ ଅତି ନୃସଂଶ ଭାବେ ଗଣଦୁଷ୍କର୍ମ ମାଲା ସାମ୍ନାକୁ ଆସିଛି । ଏହି ଘଟଣାରେ ୩ ଅଭିଯୁକ୍ତଙ୍କ ସହିତ ୧୬ ବର୍ଷର ଜଣେ ନାବାଳକ ମଧ୍ୟ ସାମିଲ । ଏହି ୪ ଅଭିଯୁକ୍ତ ଯୁବତୀଙ୍କୁ ପାର୍ଟିକୁ ଡକାଇ ଧୋଖାରେ ଡ୍ରଗ୍ସ ଦେଇ ଗଣଦୁଷ୍କର୍ମ କରିଛନ୍ତି । ଡେଲି ମେଲରେ ଛପିଥିବା ଏକ ରିପୋର୍ଟ ଅନୁସାରେ ଅଭିଯୁକ୍ତ ମାନେ ଯୁବତୀଙ୍କୁ ୭ ଥର ଗଣଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଶନିବାର ବ୍ରିସବେନ କୋର୍ଟରେ ହାଜର କରାଗଲା ଯେଉଁଠି ସେମାନଙ୍କୁ ଜାମିନ୍ ମିଳିଲାନି । କୋର୍ଟ ଅଭିଯୁକ୍ତମାନଙ୍କୁ ପୋଲିସ ହେପାଜତକୁ ପଠାଇଛନ୍ତି । କହିରଖୁଛୁ କ୍ୱିନ୍ସଲ୍ୟାଣ୍ଡ ପୋଲିସ ଗତ ଗୁରୁବାର କ୍ରାଇମ୍ ଆଣ୍ଡ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍ ସହିତ ସାଉଥ ବ୍ରିସବେନରେ ଅଭିଯୁକ୍ତଙ୍କ ଆଡାରେ ଚଢାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କହିରଖୁଛୁ ଅଭିଯୁକ୍ତଙ୍କ ବୟସ ଯଥାକ୍ରମେ ୨୪, ୨୧, ୨୦ ଓ ୧୬ ବର୍ଷ । ପୀଡିତାଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତମାନେ ତାଙ୍କୁ ହାଉସ ପାର୍ଟିକୁ ଡକାଇ ସେଠାରେ ଧୋଖାରେ ଡ୍ରଗ୍ ଦେଇ ଦୁଷ୍କର୍ମ କରିଥିଲେ । ତେବେ ପୋଲିସ ଘଟଣାର ଆଗାମୀ ଯାଞ୍ଚ ଜାରି ରଖିଛି ।

Leave A Reply

Your email address will not be published.