କାନ୍ଦବୋବାଳିରେ ଫାଟିଲା ଜଗଦଲପୁର, ବ୍ୟର୍ଥ ଯିବନି ବଳିଦାନ: ଶାହା

67

ରାୟପୁର : ଛତିଶଗଡରେ ନକ୍ସଲଙ୍କ ନରସଂହାର ପରେ କେନ୍ଦ୍ର ଗୃହ ବିଭାଗ ଆକ୍ସନ ମୋଡକୁ ଆସିଛି । ଛତିଶଗଡରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଜଗଦଳପୁରରେ ପହଞ୍ôଚ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଥିସହ ଶାହ ହସ୍ପିଟାଲ ଯାଇ ଆହତ ଯବାନଙ୍କୁ ଭେଟିଛନ୍ତି । କାହିଁକି ଫେଲ୍ ମାରିଲା ଗୁଇନ୍ଦା ରିପୋର୍ଟ । ଏନେଇ ପୁରା ଘଟଣାର ଅନୁଧ୍ୟାନ କରିଛନ୍ତି ଅମିତ ଶାହ ।

ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରି କିଭଳି ପରିସ୍ଥିତିରେ ଏତେ ବଡ ଘଟଣା ଘଟିଲା, କାରଣ କଣ, ଭୁଲ ରହିଲା କେଉଁଠି, ଏହାକୁ କେମିତି ଭବିଷ୍ୟତରେ ଏଡ଼ାଇ ଦେଇହେବ, ଏହିସବୁ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ନକ୍ସଲ ଦମନ ରଣନୀତିରେ ମଧ୍ୟ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଜନସାଧାରଣ, ପରିବାରବର୍ଗ ଓ ସମ୍ପର୍କିୟକଙ୍କ କାନ୍ଦବୋବାଳିରେ ସାରା ଅଞ୍ଚଳ ଫାଟି ପଡ଼ିଥିଲା । ଲୋକଙ୍କ କ୍ରନନ୍ଦ ମାଇଲ ମାଇଲ୍ ବାଟ ଯାଏ ଶୁଭିଥିଲା । ଗୃହମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଉପସ୍ଥିତ ଥିଳେ ।

ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସିଆରପିଏଫର ଅଧିକାରୀମାନେ ସାମିଲ ହୋଇଛନ୍ତି । ଜଗଦଲପୁରର ପୋଲିସ ଲାଇନରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ବିଜାପୁର-ସୁକ୍ମା ଜିଲ୍ଲା ସୀମାନ୍ତ ବସ୍ତର ଜଙ୍ଗଲରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ସଂଘର୍ଷରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି । ୩୦ ଯବାନ ଆହତ ମଧ୍ୟ ହୋଇଛନ୍ତି । ହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଚାଲିଛି ।

ମାଓବାଦୀଙ୍କ କବ୍ଜାରେ ନିଖୋଜ ଯବାନ :

ଛତିଶଗଡ଼ର ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ । ତେବେ ଏନ୍କାଉଣ୍ଟର ପରେ ନିଖୋଜ ଥିଲେ ଜଣେ ଯବାନ । ଗତ ୩ ଦିନ ଧରି ମାଓବାଦୀ ଯବାନଙ୍କୁ ବନ୍ଦୀ କରି ରଖିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ ମାଓବାଦୀମାନେ ସୂଚନା ଦେଇଛନ୍ତି । ତେବେ କବ୍ଜାରେ ଥିବା ଯବାନଙ୍କ ନାଁ ରାକେଶ୍ୱର ସିଂ ମନହସ । ୨୧୦ କୋବ୍ରା ବାଟାଲିୟନର ଯବାନ ଅଟନ୍ତି ରାକେଶ୍ୱର । ଯବାନ ମାଓବାଦୀଙ୍କ ପାଖେ ସୁରକ୍ଷିତ ଥିବା କହିଛି ମାଓ ସଙ୍ଗଠନ ।

ତେବେ ଛତିଶଗଡ଼ରେ ମାଓ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି । ବିଜାପୁର ଜିଲ୍ଲାରେ ଏକ ପ୍ରକାର ନରସଂହାର କରିଛନ୍ତି ମାଓବାଦୀ । ବେଶ୍ କିଛି ମାସ ଧରି ନିଷ୍କ୍ରିୟ ଥିବା ଏହି ଉଗ୍ରବାଦୀ ସଂଗଠନ ନିଜ ସ୍ଥିତିକୁ ଜାହିର କରିବା ପାଇଁ ରକ୍ତର ହୋଲି ଖେଳିଛି । ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ହଠାତ ଯବାନଙ୍କୁ ଘେରିଯାଇଥିଲେ ପ୍ରାୟ ୪ ଶହ ମାଓବାଦୀ ।

ଯବାନଙ୍କ ସଂଖ୍ୟା ବେଶ୍ ଅଧିକ ଥିଲେ ମଧ୍ୟ ଏହି ଗରିଲା ଯୁଦ୍ଧରେ ଯବାନଙ୍କୁ ବେଶ୍ କ୍ଷତି ପଞ୍ଚିଥିଲା । ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ଆଉ ସେହି ନିଖୋଜ ଯବାନ ମାଓ କବଜାରେ ଥିବା ସୂଚନା ମିଳିଛି । ଅନ୍ୟପଟେ ଆଜି ଛତିଶଗଡ଼ରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

Comments are closed.