୮ରେ ପିଏମ୍-ସିଏମ୍ ଆଲୋଚନା

0 78

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାରେ ଲାଗିଛି । ଗତବର୍ଷ କରୋନାର ପ୍ରଥମ ଲହରରେ ଦେଶ ଯେତିକି ପ୍ରଭାବିତ ହୋଇନଥିଲା ଏବେ ତା’ଠରୁ ଅଧିକ ସଂଗୀନ ସ୍ଥିତି ସୃଷ୍ଟି ହୋଇଛି । ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଏକ ଲକ୍ଷ ଟପି ଯାଇଛି । କରୋନା ସ୍ଥିତି ଉଗ୍ର ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ।

ଆସନ୍ତା ୮ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ରାଜ୍ୟଗୁଡ଼ିକର କରୋନା ସ୍ଥିତି ଓ ଟିକାକରଣ କାର୍ଯ୍ୟକ୍ରମ ହିଁ ବୈଠକ ମୁଖ୍ୟ ଏଜେଣ୍ଡା ରହିଛି । ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ହେବ । ରବିବାର ପ୍ରଧାନମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ଏଥିରେ ଗୋଷ୍ଠୀ ସଚେତନା ଉପରେ ଧ୍ୟାନ ଦେବାକୁ ମୋଦୀ କହିଥିଲେ ।

ସେହିପରି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି । ମହାରାଷ୍ଟ୍ର, ଛତିଶଗଡ଼ ଓ ପଞ୍ଜାବକୁ କେନ୍ଦ୍ରୀୟ ଟିମ୍ ଯିବେ । ତେଣୁ ୮ ତାରିଖ ବୈଠକ ବେଶ ଗୁରୁତ୍ବପୂର୍ଣ ବୋଲି କୁହାଯାଉଛି । ଦରକାର ପଡ଼ିଲେ ଦେଶରେ ପୁଣି ଲକ୍ଡାଉନ୍ ଲାଗୁ କରାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି କିଛି ବିଶେଷଜ୍ଞ ମତ ଦେଇଛନ୍ତି ।

ସୋସିଆଲ ମିଡିଆରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଲକ୍ଡାଉନ୍ ଟ୍ରେଣ୍ଡ କରିବା ଆରମ୍ଭ କରିଛି ।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟାରେ ଦେଶରେ ୧ ଲକ୍ଷ ୩ ହଜାର ୫୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହି ରି ୪୭୮ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣ
୯୭, ୮୯୪ ଥିଲା । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨୫
ଲକ୍ଷ ୮୯ ହଜାର ୬୭କୁ ବୃଦ୍ଧି ପାଇଛି ।

ସେହିପରି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧କୁ ଛୁଇଁଛି । ବର୍ତ୍ତମାନ ଦେଶରେ ମୋଟ ୭ ଲକ୍ଷ ୪୧ ହଜାର ୮୩୦ଟି ସକ୍ରିୟ ମାମଲା ରହିଛି । ଅନ୍ୟପଟେ ୧କୋଟି ୧୬ ଲକ୍ଷ ୮୨ ହଜାର ୧୩୬ ଜଣ କରୋନାରୁ ସୁସ୍ଥ ହଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ ୭କୋଟି ୯୧ଲକ୍ଷ ୫ ହଜାର ୧୬୩ ଟିକା ନେଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

Leave A Reply

Your email address will not be published.