ପୁରୀ ପର୍ଯ୍ୟଟକଙ୍କ ପାଇଁ କଟକଣା ବଢ଼ିଲା : ଏଣିକି ଜଗାଦର୍ଶନ ପୂର୍ବରୁ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ

0 75

ପୁରୀ: ରାଜ୍ୟରେ କରୋନା ଦିନକୁ ଦିନ ଉଗ୍ରରୂ ଧାରଣ କରୁଥିବା ବେଳେ ବିଶ୍ୱ ପର୍ଯ୍ୟଟନସ୍ଥଳୀ ପୁରୀକୁ ନେଇ ଘାରିଛି ଚିନ୍ତା । ଏଠାକୁ ବିଭିନ୍ନ ରାଜ୍ୟରୁ ଶ୍ରଦ୍ଧାଳୁ ଆସୁଥିବାରୁ ଏବେ ପୁରୀରେ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି । ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି ।

ଜଗା ଦର୍ଶନ ପୂର୍ବରୁ ୧୨ରାଜ୍ୟର ପର୍ଯ୍ୟଟକଙ୍କ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ୭୨ଘଣ୍ଟା ପୂର୍ବର ଆରଟି ପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇଲେ ପର୍ଯ୍ୟଟକ ପୁରୀ ଭିତରକୁ ପ୍ରବେଶ କରି ।ରିବେ । ମହାରାଷ୍ଟ୍ର, ପଞ୍ଜାବ,ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟର ପର୍ଯ୍ୟଟକ କରୋନା ନେଗେଟିଭ୍ ରିପୋର୍ଟ ନଆଣିଲେ ୭ଦିନିଆ ହୋମ୍ ଆଇସୋଲେସନରେ ରହିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ଏନେଇ ପୁରୀ ଜିଲ୍ଲାପାଳ କହିଛନ୍ତି ଯେଉଁମାନଙ୍କର ଲକ୍ଷଣ ଥିବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଟେଷ୍ଟ କରାଯିବ । ଆବଶ୍ୟକ ପଡ଼ିଲଲେ ଆରଟି ପିସିଆର ଟେଷ୍ଟ ହେବ । ୧୨ରାଜ୍ୟରୁ ବିନା ଟେଷ୍ଟରେ ଆସିଥିବା ଲୋକଙ୍କର ଷ୍ଟେସନରେ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ କରାଯିବ ।

Leave A Reply

Your email address will not be published.