ତରୁ ଆପାର୍ଟମେଣ୍ଟ ସିଲ୍

0 51

ଭୁବନେଶ୍ୱର:ଭୁବନେଶ୍ୱର ଟଙ୍କପାଣି ରୋଡ୍ ରେ ଥିବା ତରୁ ଆପାର୍ଟମେଣ୍ଟ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) । ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସିଲ୍ କରାଯାଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ସିଲ୍ ହେଲା ଆପାର୍ଟମେଣ୍ଟ । ଏଠାରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ମନା ନକରିବାକୁ କୁହାଯାଇଛି । କେବଳ ସ୍ୱୀକୃତି ପ୍ରାପ୍ତ ଅଧିକାରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ । କରୋନା ଆକ୍ରାନ୍ତ ବାହାରିବାରୁ ପୂର୍ବରୁ ଏସ୍ବିଆଇ ମୁଖ୍ୟ ଶାଖା, ଭିସାଲ୍ ମେଗାମାର୍ଟକୁ ସିଲ୍ କରାଯାଇଥିଲା । ଗତକାଲି ନୟାପଲ୍ଲୀସ୍ଥିତ ରାଜ୍ୟ ଯୋଗାଣ ନିଗମ ଅଫିସକୁ ସିଲ୍ କରାଯାଇଛି । ଅଫିସରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସିଲ୍ କରିଦିଆଯାଇଛି । ଏହାଛଡ଼ା ନିଗମର ସମସ୍ତ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଫିସ ପରିସରକୁ ସାନିଟାଇଜ କରିବା ପାଇଁ କର୍ତ୍ତୃକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ସୋମବାର ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା ହୋଇଛି ।

Leave A Reply

Your email address will not be published.