ଶ୍ରୀମନ୍ଦିରରେ ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କଲେ ଏଏସଆଇ ଟିମ୍

0 73

ପୁରୀ: ଶ୍ରୀମନ୍ଦିରରେ ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କରିଛି ଏଏସଆଇ ଟିମ୍ । ଏଏସଆଇର ଯୁଗ୍ମ ମହାନିର୍ଦ୍ଦେଶକ ଅରୁଣେନ୍ଦ୍ର କୁମାରଙ୍କ ନେତୃତ୍ୱରେ ଅଧିକାରୀ ମାନେ ଏହି ଯାଂଚ୍ କରିଛନ୍ତି । ମନ୍ଦିରରୁ ଖସିଥିବା ହିରଣ୍ୟକସ୍ୟପ ମୂର୍ତି ମରାମତି ଓ ଏହାର ପୁନଃ ସ୍ଥାପନ କରାଯିବ ବୋଲି କହଛନ୍ତି ଟିମ୍ ର ସଦସ୍ୟ । ଏଥି ସହ ଶ୍ରୀମନ୍ଦିରରେ ଚାଲିଥିବା ବିଭିନ୍ନ ମରାମତି କାର୍ଯ୍ୟର ଯାଂଚ୍ କରାଯାଇଥିବା ଏସଏସଆଇ ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ସେବାୟତଙ୍କ ସେବା ପୂଜା ବେଳେ ହଠାତ୍ ପଶ୍ଚିମ ଦ୍ୱାରରେ ଉଗ୍ର ନୃସିଂହଙ୍କ କୋଳରେ ଶୋଭାପାଉଥିବା ହିରଣ୍ୟକସ୍ୟପ ମୂର୍ତିଟି ଖସିପଡିଥିଲା । ମୂର୍ତିଟି ସମ୍ପୃକ୍ତ ସେବାୟତଙ୍କ ଜଙ୍ଘରେ ଖସି ପଡିବାରେ ସେ ଗୁରୁତର ହୋଇଥିଲେ ।

Leave A Reply

Your email address will not be published.