ବିପଦ ସଂକୁଳ ଅବସ୍ଥାରେ ଏଏନଏମ କେନ୍ଦ୍ର

0 72

କୋରାପୁଟ: ରାଜ୍ୟ ସରକାରଙ୍କ ଯୋଜନା ଉପରେ ଯୋଜନା ମାଳ ମାଳ. ଏହି ସବୁ ଯୋଜନା ଙ୍କୁ ନେଇ ବିକାଶ ର ଡିଣ୍ଡିମ ପିଟୁଥିବା ସମୟରେ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ସଜାଡ଼ିବା ଦିଗରେ ନିଆଯାଉନି କୌଣସି ଉର୍ନ୍ନତି ମୂଳକ କାର୍ଯ୍ୟ କର୍ମ. ନନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଖୁର୍ଜି ଓ କୁଲାରସିଂ ଏଏନଏମ ସେଣ୍ଟର ଦୟନୀୟ ଅବସ୍ଥାରେ ପଡ଼ିରହିଛି.ଉଭୟ କେନ୍ଦ୍ର ଭୂତ କୋଠି ରେ ପରିଣତ ହୋଇଗଲାଣି.ପାଣି ବିଜୁଳି କିମ୍ବା ଶୌଚାଳୟ ପାଲଟିଛି ସାତଶପନ, ଏହି ପରିପେକ୍ଷୀରେ ଗୋଟେ ସ୍ୱାସ୍ଥ୍ୟ କର୍ମୀ ଯୋଗାଇ ଦେଇଛନ୍ତି ଯାହା ଏହା ଦୁର୍ଗମ ଅଞ୍ଚଳ କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବଡ କଷ୍ଟକର ହୋଇପଡୁଛି.ଖୁର୍ଜି ଗ୍ରାମରେ ଥିବା ଏଏନଏମ ସେଣ୍ଟରେ  ଉପରେ 12 ଗୋଟି ଗ୍ରାମ ଓ 636 ପରିବାର ନିର୍ଭର କରୁଛନ୍ତି.ସେହି ଭଳି କୁଲାରସିଂ ଏଏନଏମ ସେଣ୍ଟର ଉପରେ 19 ଟି ଗ୍ରାମବାସୀ ଓ 1017 ପରିବାର ନିର୍ଭର କରୁଛନ୍ତି.ଭୌଗୋଳିକ ଦୃଷ୍ଟି କୋଣରୁ ପ୍ରତି ଏଏନଏମ ସେଣ୍ଟର ରେ ଜଣେ ଲେଖାଏଁ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରହିବା କଥା କିନ୍ତୁ ଏଠାରେ ସେହି ଭଳି କୌଣସି ବ୍ୟବସ୍ଥା ଦେଖିବା ପାଇଁ ମିଳୁନାହିଁ.ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ନିଆଯାଉନଥିବା ଯୋଗୁ ସ୍ଥାନୀୟ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି.ସ୍ୱାସ୍ଥ୍ୟ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ର ଏହି ଭଳି ମନମୁଖି କାର୍ଯ୍ୟ କଳାପ ଯୋଗୁ ଦୁର୍ଗମ ଅଞ୍ଚଳ ର ଗ୍ରାମବାସୀ ସ୍ୱାସ୍ଥ୍ୟ ସେବା  କ୍ଷେତ୍ର ରେ ଭଗବାନ ଙ୍କ ଉପରେ ଭରସା କରି ଜୀବନ ଅତିବାହିତ କରୁଛନ୍ତି.

Leave A Reply

Your email address will not be published.