ଇମ୍ରାନଙ୍କ ବାଚଳାମୀ, ଦୁଷ୍କର୍ମ ପାଇଁ ଭାରତକୁ ଦାୟୀ କଲେ

0 70

ଇସଲାମାବାଦ, ୭ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି ଦୁଷ୍କର୍ମ ପାଇଁ ଭାରତୀୟ ସଂସ୍କୃତି ଦାୟୀ । ଜଣେ ଫୋନ୍ କଲରଙ୍କ ସହ କଥା ହେବା ବେଳେ ୱାଜିରେ ଆଜମ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତେବେ ଏହାକୁ ନେଇ ବିବାଦ ବଢ଼ିବା ପରେ ପାକିସ୍ତାନର ମାନବାଧିକାର କମିଶନ କହିଛନ୍ତି ଇମ୍ରାନଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି । ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ବିଭିନ୍ନ ଫୋନ କଲରଙ୍କ ସହ କଥା ହେଉଥିଲେ । ଏହି ସମୟରେ ଜଣେ କଲର ପଚାରିଥିଲେ ବଢ଼ୁଥିବା ଦୁଷ୍କର୍ମ ପାଇଁ ଦାୟୀ କିଏ? ଆଉ ଜବାବ ଦେବାକୁ ଯାଇ ଇମ୍ରାନ୍ କହିଛନ୍ତି ଅଶ୍ଳୀଳତା, ୱେଷ୍ଟନ କଲଚର ଏବଂ ଭାରତୀୟ ସଂସ୍କୃତି ପାଇଁ ଦୁଷ୍କର୍ମ ବଢ଼ୁଛି । ଏହାପରେ ମାନବାଧିକାର କମିଶନ ବୟାନ ଜାରି କରି କହିଛନ୍ତି, ଜନତାଙ୍କ ନେତା ଭାବରେ ଇମ୍ରାନ ଯାହା କହିଛନ୍ତି ତାହା ଗ୍ରହଣୀୟ ନୁହେଁ । ଏଭଳି ମନ୍ତବ୍ୟ ଦେଇ ଇମ୍ରାନ୍ ନିଜର ଅଜ୍ଞତାକୁ ପରିପ୍ରକାଶ କରିଛନ୍ତି । ଏଥିସହ ସେ ଦେଇଥିବା ମନ୍ତବ୍ୟରେ ସେ ପରୋକ୍ଷରେ ପୀଡ଼ିତାଙ୍କୁ ଦୋଷୀ ବୋଲି କହୁଛନ୍ତି । ଦୁଷ୍କର୍ମ ପଛର କାରଣ ଛୋଟିଆ ଛୁଆ ବି ଜାଣିଛନ୍ତି ହେଲେ ପ୍ରଧାନମନ୍ତ୍ରୀ ହୋଇ ଏଭଳି ଯୁକ୍ତି ରଖିବା ଗ୍ରହଣୀୟ ନୁହେଁ । ଏଥିପାଇଁ ସେ କ୍ଷମା ମାଗିବ ଦରକାର ବୋଲି କମିଶନ କହିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ସୋଶାଲ ମିଡିଆରେ ଇମ୍ରାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ପାକିସ୍ତାନବାସୀ । ସୂଚନାଯୋଗ୍ୟ ପ୍ରତି ସପ୍ତାହର ଛୁଟି ଦିନରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଜରିଆରେ ଇମ୍ରାନ୍ ଦେଶବାସୀଙ୍କ ପ୍ରଶ୍ନର ଜବାବ ଦିଅନ୍ତି । ଏହି ସମୟରେ ଜଣେ ଫୋନ୍ କଲର ପଚାରିଥିଲେ ତାଙ୍କ ସରକାର ଦୁଷ୍କର୍ମ, ନାରୀ ନିର୍ଯାତନା ରୋକିବାରେ କେତେ ସଫଳ । ଆଉ ଜବାବରେ ଇମ୍ରାନ୍ ଛୋଟ ଛୁଆ ଏବଂ ମହିଳାଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ସେ ନାପସନ୍ଦ କରିଥିଲେ । ତେବେ ଏହିସବୁ ବଢ଼ିବା ପଛର କାରଣ “ଅଶ୍ଳୀଳତା’ ବୋଲି ଇମ୍ରାନ୍ କହିଥିଲେ । ଆଉ ଏହି ଅଶ୍ଳୀଳତା ପଶ୍ଚିମ ସଂସ୍କୃତି ଏବଂ ଭାରତୀୟ ସଂସ୍କୃତିରୁ ଆସୁଛି ବୋଲି ଇମ୍ରାନ୍ କହିଥିଲେ ।

Leave A Reply

Your email address will not be published.