ପାନୀୟ ଜଳ ସଙ୍କଟରେ ସାରିଆ ପୁଟ ଗ୍ରାମବାସୀ

0 70

କୋରାପୁଟ : ନନ୍ଦପୁର ପଞ୍ଚାୟତ ସଦର ମହକୁମାର ସରିଆପୁଟ ଗ୍ରାମରେ ବସବାସ କରନ୍ତି ୫୦ ରୁ ଉର୍ଦ୍ଧ ପରିବାରର ସର୍ବମୋଟ ୧୮୦ ଲୋକେ  ବସ ବାସ କରୁଛନ୍ତି । ଗ୍ରାମରେ ମୁଖ୍ୟ ସମସ୍ୟା ହେଉଛି  ପାନୀୟ ଜଳ । ପାନୀୟ ଜଳର ସମସ୍ୟା ଲାଗି ରହିଥିବା ଯୋଗୁ  ଲୋକେ ଚୁଆ କି ପୋଖରୀ  ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ।

ସୂଚନା ଅନୁଯାୟୀ ସାରିଆ ପୁଟ ଗ୍ରାମରେ  ଗ୍ରାମବାସୀଙ୍କ  ପାଇଁ ନଳକୂପଟିଏ ଖୋଳା ଯାଇଥିଲା । କିନ୍ତୁ ସେଥିରୁ ଲୁହାଳିଆ ବାସ୍ନା ଯୁକ୍ତ ମଇଳା ପାଣି ବାହାରୁଛି ଯାହା ପିଇବା ପାଇଁ ଉପଯୁକ୍ତ ନୁହେଁ । ଏମିତିରେ ରୋଷେଇ କାମରେ ଏହି ପାଣି ଆସୁନଥିବାର ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଯାହାଫଳରେ ଗ୍ରାମବାସୀ ନିକଟସ୍ଥ ଚୁଆ କି ପୋଖରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

ଗ୍ରାମର ୱାର୍ଡ ସଭ୍ୟ ଶ୍ରୀ ଲଳିତ ମୁଦୁଲି , ଗ୍ରାମ ନାୟକ ଶ୍ରୀ ଦୟାନିଧି ମାଝି, ଓ ଗ୍ରାମବାସୀ, ଏକ ସୋଲାର ପାଇପ ୱାଟର ସପ୍ଲାଏ ସିଷ୍ଟମ୍ କାର୍ଯ୍ୟକ୍ଷମ କରିବାକୁ ଓ ନିର୍ମାଣ ହୋଇଥିବା ନଳକୂପର ଭିତର ଭାଗରେ ଥିବା ଲୁହା ପାଇପକୁ ବଦଳାଇ ପ୍ଲାଷ୍ଟିକ ପାଇପ ଲଗାଇବାକୁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ପ୍ରକାଶ କରୁଛନ୍ତି । ଗ୍ରାମକୁ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ କୋରାପୁଟ ପ୍ରଶାସନକୁ  ଗ୍ରାମ ବାସୀଙ୍କ ଦ୍ୱାରା ଅନୁରୋଧ କରାଯାଇଛି ।

Leave A Reply

Your email address will not be published.