ଛତିଶଗଡ଼ – ଓଡିଶା ସୀମାରେ ଯାଞ୍ଚ ପ୍ରକ୍ରିୟା କଡାକଡି

0 80

କୋକସରା : କଳାହାଣ୍ଡି ଜିଲ୍ଲାରେ କୋଭିଡ ସଂକ୍ରମଣ ଆକ୍ରାନ୍ତ ଙ୍କ ଗ୍ରାଫ ଦିନକୁ ଦିନ ଉପର ମୁହାଁ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ସୀମାରେ ପ୍ରଶାସନ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନ କୋକସରା ବ୍ଲକର ଶେଷସୀମା ଆମପାଣି ଘାଟିକୁ ଲାଗି ରହିଛି ସୀମାନ୍ତ ନବରଙ୍ଗପୁର ଜିଲ୍ଲା ସମେତ ଛତିଶଗଡ଼ । ରାଜ୍ୟକୁ ଯିବାପାଇଁ ଏହା ରାସ୍ତା ହୋଇଥିବା ବେଳେ ପ୍ରତିଦିନ ଏହି ରାଜପଥ ଦେଇ ଶହଶହ ସଂଖ୍ୟକ ଯାନବାହନ ଯାତ୍ରୀବାହୀ ବସ ଯାତାୟାତ ହୋଇଥାଏ ।

ପଡ଼ୋଶୀ ଛତିଶଗଡ଼ ଲିଙ୍କରୁ କଳାହାଣ୍ଡିରେ ବଢିଛି କୋଭିଡ ସଂକ୍ରମଣ । ଏହାକୁ ରୋକ ଲଗାଇବାକୁ ଆମପାଣି ଘାଟିରେ ଚାଲିଛି କଡାକଡି ଯାଞ୍ଚ । ଏହି ରାସ୍ତାଦେଇ ଯାତାୟାତ କରୁଥିବା ସମସ୍ତ ଯାତ୍ରୀଙ୍କ ପରିଚୟ, ମୋବାଇଲ ନମ୍ବର, ଗସ୍ତ ବିବରଣୀ ନୋଟକରି ରଖୁଛନ୍ତି । ବ୍ଲକ ପ୍ରଶାସନ ଆଗକୁ ଯେମିତି ସଂକ୍ରମଣ ନ ବଢିବ ତାକୁ ଦୃଷ୍ଟିରେ ରଖି ଯାଞ୍ଚ ଚାଲିଥିବା ଜଣାପଡ଼ିଛି । ଏହି ଚେକିଂରେ କୋକସରା ବ୍ଳକ ଅଧିକାରୀ ତହସିଲ ଓ ଜଙ୍ଗଲ ବିଭାଗ କର୍ମଚାରୀ ନିୟୋଜିତ ରହିଛନ୍ତି ।

Leave A Reply

Your email address will not be published.