ରାଜ୍ୟକୁ ଏବେ କୋଭିଡ୍ ଟିକା ଚିନ୍ତା : ୪୦୦ ଟିକାକରଣ କେନ୍ଦ୍ର ବନ୍ଦ

0 69

ଭୁବନେଶ୍ୱର: କଡା କଡ଼ି ହେବ ରାତକ୍ରି ।ଳୀନ କର୍ଫ୍ୟୁ ପର୍ଯ୍ୟାପ୍ତ କୋଭିଡ ଭ୍ୟାକ୍ସିନ୍ ନଥିବାରୁ ରାଜ୍ୟରେ ବନ୍ଦ ହୋଇଗଲାଣି ୪୦୦ ଟିକାକରଣ କେନ୍ଦ୍ର । ରାଜ୍ୟରେ ଟିକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ଦିନ ରାଜ୍ୟରେ ୨ଲକ୍ଷ ଟିକାକରଣ ଲକ୍ଷ୍ୟ ରହିଛି । କିନ୍ତୁ ଟିକାର ଅଭାବ ରହିଛି । ଟିକା ଅଭାବ ଯୋଗୁଁ ୪୦୦ ସେଣ୍ଟରରେ ଟିକାକରଣ ବନ୍ଦ ହୋଇଛି ।

ଏନେଇ କେନ୍ଦ୍ରକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ୨ ଦିନ ଭିତରେ କୋଭିସିଲ୍ଡ଼ ଟିକା ନ ଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି । ଟିକାର ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିାରୁନୁ । ୧୫ ଲକ୍ଷ କୋଭିସିଲ୍ଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ ଆମେ କେନ୍ଦ୍ର ନିକଟରେ ଦାବି ରଖିଛୁ । ୧ଲକ୍ଷ ୮୫ ହଜାର ଟିକା କୋଲଡ଼ ଚେନ୍ ପଏଣ୍ଟରେ ରହିଛି ଓ ୧ ହଜାର ୧୦୩ଟି କେନ୍ଦ୍ରରେ ଟିକାକରଣ ଚାଲିଛି ।

ତେବେ ପର୍ଯ୍ୟାପ୍ତ ଟିକା ନଥିବାରୁ ବର୍ତ୍ତମାନ ୪୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି । ଅନ୍ୟପଟେ ଡ଼ିଏମ୍ଇଟି କରୋନା ସଂକ୍ରମଣକୁ ନେଇ କହିଛନ୍ତି ଯେ, ଏହାକୁ ରୋକିବାକୁ ହେଲେ ନାଇଟ କର୍ଫ୍ୟୁ ଏକମାତ୍ର ମାଧ୍ୟମ । କ୍ଲବ୍ ଓ ପାର୍ଟିରେ ହେଉଥିବା ଭିଡକୁ ନିୟନ୍ତ୍ରଣ କରିବାକୁ ରାତ୍ରିକାଳୀନ କର୍ଫ୍ୟୁ ଜରୁରି ବୋଲି ଡ଼ିଏମ୍ଇଟି କହିଛନ୍ତି ।

କଡା କଡ଼ି ହେବ ରାତ୍ରିକାଳିନ କର୍ଫ୍ୟୁ :

ରାଜ୍ୟରେ ମହାମାରୀ ଏବେ ୮୦୦ ମୁହାଁ ହେଉଥିବା ବେଳେ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ହେଲେ ସଂକ୍ରମଣ ରୋକିବାକୁ ନାଇଟ କର୍ଫ୍ୟୁକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଉଛି ।

ସୀମାବର୍ତ୍ତି ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି । ଜିଲ୍ଲାପାଳ ଓ ପୋଲିସ୍ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ପରେ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶା ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ଉନ୍ନୟନ କମିଶନର ଝାରସୁଗୁଡା ଓ ସୁନ୍ଦରଗଡ ଯାଇଛନ୍ତି । କରୋନା ମୁକାବିଲା ପାଇଁ ଔଷଧ, ବେଡ଼, ଅକ୍ସିଜେନ ସବୁ ମହଜୁଦ ରଖାଯାଇଛି । ତେବେ ଯଦି ସଚେତନ ନ ହେବା ତେବେ ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିରି ରାଜ୍ୟରେ ଟିକା ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଯେତିକି କୋଭିସିଲ୍ଡ୍ ଟିକା ଅଛି ତାହା ୨ରୁ ୩ ଦିନ ଯିବ । ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସେ କହିଛନ୍ତି ।

୧୫ଲକ୍ଷ କୋଭିସିଲ୍ଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଥିବା ବେଳେ ଗତକାଲି ୩ ଲକ୍ଷ ୪୯ ହଜାର ୧୩୦ କୋଭିସଲ୍ଡ୍ ଟିକା ପହଞ୍ଚିଛି । ଏହା ସତ୍ତେ୍ୱ ଆହୁରି କୋଭିସିଲ୍ଡ ଟିକାର ଆବଶ୍ୟକତା ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଟିକା ଅଭାବ ଯୋଗୁଁ ବିଭିନ୍ନ ଜିଲ୍ଲାର ୪ ଶହଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଗଲାଣି ।

ବର୍ତ୍ତମାନ ରାଜ୍ୟରେ ୧ ହଜାର ୧୦୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଚାଲିଛି । ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ମାତ୍ର କୌଣସି ଉତ୍ତର ଆସିନଥିବା ବିଜୟ କହିଛନ୍ତି । ରାଜ୍ୟରେ କୋଭାକ୍ସିନ ଟିକା ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ବେଳେ କୋଭିସିଲ୍ଡ଼ ଟିକାର ଅଭାବ ଯୋଗୁଁ ଭ୍ୟାକ୍ସିନେସନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରୁନାହିଁ । ରାଜ୍ୟକୁ ଦୁଇଦିନ ଭିତରେ କୋଭିସିଲ୍ଡ୍ ଭ୍ୟାକ୍ସିନ୍ ନ ପହଞ୍ଚିଲେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.