ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହେଲା ଭାରତ

0 79

-୮.୭ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଦେଶରେ ମୋଟ ଟିକାକରଣ ୮.୭ କୋଟି ଅତିକ୍ରମ କରିଛି ଏବଂ ଗତ ୨୪ ଘଣ୍ଟାରେ ୩୩ ଲକ୍ଷରୁ ଅଧିକ ଡୋଜ ଟିକା ପ୍ରଦାନ କରି ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହୋଇପାରିଛି । ଦେଶରେ ସୋମବାର ମୋଟ ଟିକା ଡୋଜ ପରିଚାଳନା ସଂଖ୍ୟା ୮.୭୦ କୋଟି ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ୍ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ୍ ପରି·ଳନା କରାଯାଇ ସାରିଲାଣି ।

ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟକର୍ମୀ ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଆଗଧାଡିର କାରୋନା ଯୋଦ୍ଧା ପ୍ରଥମ ଡୋଜ୍ ନେଇଥିବା ବେଳେ ୪୩,୧୨,୮୨୬ ଆଗଧାଡିର କାରୋନା ଯୋଦ୍ଧା ଦ୍ୱିତୀୟ ଡୋଜ ନେଇସାରିଲେଣି ।

୬୦ବର୍ଷରୁ ଅଧିକ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ୍ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ୍ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି । ଟିକାକରଣ ଅଭିଯାନର ୮୧ତମ ଦିନ ଗତକାଲି ସୁଦ୍ଧା ୩୩,୩୭,୬୦୧ ଟିକା ଡୋଜ୍ ଦିଆଯାଇଛି । ତନ୍ମଧ୍ୟରୁ ୩୦,୦୮,୦୮୭ ହିତାଧିକାରୀ ୪୧,୩୯୬ ସେସନ୍ରେ ପ୍ରଥମ ଡୋଜ୍ ନେଇଥିବା ବେଳେ ୩,୨୯,୫୧୪ ହିତାଧିକାରୀ ଟିକାର ଦ୍ୱିତୀୟ ଡୋଜ୍ ଗ୍ରହଣ କରିଛନ୍ତି । ଏଭଳି ଘଟଣାକ୍ରମେ କୋଭିଡ୍ ଟିକାକରଣରେ ଆମେରିକାକୁ ଅତିକ୍ରମ କରି ଭାରତ ବିଶ୍ୱର ଦ୍ରୁତତମ ଟିକା ଡୋଜ୍ ପ୍ରଦାନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଦିନକୁ ଭାରତରେ ହାରାହାରି ୩୦,୯୩,୮୬୧ ଟିକା ଡୋଜ୍ ଦିଆଯାଉଛି ।

Leave A Reply

Your email address will not be published.