ଦେଶର କୌଣସି ଭାଗରେ ଟିକାର ଅଭାବ ନାହିଁ

0 72

ନୂଆଦିଲ୍ଲୀ, ୮ ।୪: ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ନାହିଁ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ ପରେ ଓଡ଼ିଶା ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଏହାକୁ ନେଇ ଜବାବ ରଖିଛନ୍ତି । ସେ କହିଛନ୍ତି କରୋନା ମୁକାବିଲାରେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଟିକା ଅଭାବର ଅଭିଯୋଗ ଆସୁଛି । ଏଭଳି ପ୍ରୟାସ ନିନ୍ଦନୀୟ । କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଏବେ ଟିକାର ଅଭାବକୁ ନେଇ ଯେଉଁଭଳି ପ୍ରଶ୍ନ କରାଯାଉଛି ତାହା ଗ୍ରହଣୀୟ ନୁହେଁ । ଏମିତି ହେଲେ ଲୋକମାନେ ଭୟଭୀତ ହୋଇଯିବେ ବୋଲି ସେ କହିଛନ୍ତି । କୋଭିଡ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗର ରାଜନୀତିକରଣ ଓ ଟିକା ଯୋଗାଣକୁ ନେଇ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ଏହା ନିନ୍ଦନୀୟ । କରୋନାକୁ ନିୟନ୍ତ୍ରଣ କରିବାରେ ନିଜର ବିଫଳତା ଲୁଚାଇବାକୁ ଯାଇ ଏଭଳି ପରିସ୍ଥିତି ତିଆରି କରାଯାଉଛି । ବିଭିନ୍ନ ରାଜ୍ୟରେ କେତେ ଟିକା ଖର୍ଚ୍ଚ ହେଉଛି ତା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ଦେଶରେ କୌଣସି ଭାଗରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କୋଭିଡ୍ ଟିକାକୁ ନେଇ କିଛି ରାଜ୍ୟ ହୀନ ରାଜନୀତି କରୁଛନ୍ତି ବୋଲି କହିଛନ୍ତି । ସଂପୃକ୍ତ ରାଜ୍ୟ ସରକାରମାନେ ସେମାନଙ୍କ ବିଫଳତାକୁ ଲୁଚାଇବାକୁ ଯାଇ ଏମିତି କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ଟିକାର ଘୋର ଅଭାବ ରହିଛି ବୋଲି ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି । ଯେତିକି ଟିକା ରହିଛି ଆସନ୍ତା ଦୁଇଦିନରେ ଶେଷ ହୋଇଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହର୍ଷବର୍ଦ୍ଧନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ପ୍ରତିଦିନ ଅଢ଼େଇ ଲକ୍ଷ ଟିକା ଦେବାକୁ ଲକ୍ଷ୍ୟ ରଖାଯାଉଛି । ଯେଉଁମାନେ ବୟସ୍କ ଲୋକ ସେମାନେ କିଭଳି ଟିକା ଲଗାଇବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି । ହେଲେ ଟିକା ଅଭାବ ଥିବାରୁ ୬୪୫ଟି ଟିକା କେନ୍ଦ୍ର ଏବେ ବନ୍ଦ ରହିଛି । ରାଜ୍ୟରେ ରାଜ୍ୟରେ ଥିବା ୧୪୦୦ ଟିକା କେନ୍ଦ୍ର ରହିଛି । ୭୫୫ଟି ଟିକା ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି । ଏପ୍ରିଲ ୭ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ୫ ଲକ୍ଷ ୩୪ ହଜାର କୋଭିଡ ଟିକା ମହଜୁଦ ଥିବା ମନ୍ତ୍ରୀ ନବ ଦାସ ଲେଖିଛନ୍ତି ।

Leave A Reply

Your email address will not be published.