ଦିଲ୍ଲୀରେ ସ୍ଥିତି ଅଣାୟତ୍ତ : ଘରମୁହାଁ ପ୍ରବାସୀ

0 79

ନୂଆଦିଲ୍ଲୀ, ୮ ।୪ : ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ପୁଣିଥରେ ବେକାବୁ ହୋଇଛି । କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ପ୍ରବାସୀ ପୁଣି ନିଜ ନିଜ ଘରକୁ ପଳାୟନ କରୁଛନ୍ତି । ଆନନ୍ଦ ବିହାର ରେଲୱେ ଟର୍ମିନାଲରେ ବହୁ ସଂଖ୍ୟାରେ ଲୋକେ ନିଜ ନିଜ ଗାଁକୁ ଫେରିଯିବାକୁ ଭିଡ ଜମାଇଛନ୍ତି । ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟି ରଖି କେଜ୍ରିୱାଲ ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । କରୋନା ସ୍ଥିତିକୁ ଦେଖି ବହୁ ସଂଖ୍ୟକ ବିହାରର ପ୍ରବାସୀ ନିଜ ଘରମୁହାଁ ହୋଇଛନ୍ତି । ବେକାବୁ କରୋନା ସ୍ଥିତି ଓ ଲକଡାଉନ ଆଶଙ୍କାକୁ ନେଇ ପ୍ରବାସୀ ଦିଲ୍ଲୀରୁ ପଳାୟନ କରୁଛନ୍ତି । ପ୍ରବାସୀଙ୍କ ମନରେ ପୁଣି ଲକଡାଉନ ଭୟ ଜାଗ୍ରତ ହୋଇଛି । ସେଥିପାଇଁ ଏମାନେ ଦିଲ୍ଲୀ ଚଡି ନିଜ ଘରକୁ ଫେରି ଯାଉଛନ୍ତି । ଆନନ୍ଦ ବିହାର ରେଲୱେ ଟର୍ମିନାଲରେ ଜଣେ ପ୍ରବାସୀ କହିଛନ୍ତି ଗତ ବର୍ଷ ଲକଡାଉନ୍ ବେଳେ ସେ ଦିଲ୍ଲୀରେ ଫସି ଯାଇଥିଲେ । କିନ୍ତୁ ଏଥର ଏଭଳି ପରିସ୍ଥିତି ଆସିବା ପୂର୍ବରୁ ସେ ସୁରକ୍ଷିତ ଭାବେ ଏଠାରୁ ପଳାଇବାକୁ ଚାହୁଁଛନ୍ତି । ସେଥିପାଇଁ ନିଜ ଘରକୁ ଫେରି ଯାଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଇଟ୍ କର୍ଫ୍ୟୁ ଘୋଷଣା କରି ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ନାଇଟ୍ କର୍ଫ୍ୟୁ ବେଳେ କାହା କାହାକୁ ଆଶ୍ୱସ୍ତି ମିଳିବ ବା ଅନୁମତି ମିଳିବ ସେନେଇ ଗାଇଡଲାଇନରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.