ସିରିଆରେ ମିସାଇଲ ମାଡ଼ କଲା ଇସ୍ରାଏଲ, ୪ ମୃତ

0 74

ଜେରୁଜଲମ, ୮ ।୪: ସିରିଆର ରାଜଧାନୀ ଦମିଶକରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଦମିଶକରେ ଥିବା ଦକ୍ଷିଣ ଉପନଗରରେ ମିସାଇଲ ମାଡ଼ ହୋଇଥିବା ସୂଚନା ରହିଛି । ଏହି ମିସାଇଇ ଆକ୍ରମଣରେ ସିରିଆର ୪ ସୈନିକଙ୍କ ମୃତ୍ୟୁ ହୋଇଥିବା ସିରିଆର ସରକାରୀ ମିଡିଆରୁ ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ସିରିଆର ଏୟାର ଡିଫେନ୍ସ ମିସାଇଲ ଜରିଆରେ ଇସ୍ରାଏଲକୁ ଟାର୍ଗେଟ କରିବାକୁ ଯାଉଥିଲା । ହେଲେ ଏହା ପୂର୍ବରୁ ଇସ୍ରାଏଲ ମିସାଇଲ ଅତର୍କିତ ଆକ୍ରମଣ କରିଛି । ବ୍ରିଟେନରେ ଥିବା ସିରିଆର ହ୍ୟୁମାନ ରାଇଟସ ପର୍ଯ୍ୟବେକ୍ଷକ ମଧ୍ୟ ଇସ୍ରାଏଲ ଦଶମିକରେ ମିଶାଇଲ ଆକ୍ରମଣ କରିଥିବା କଥା ସ୍ୱୀକାର କରିଛି । ଏହି ସଂସ୍ଥା ସିରିଆରେ ହେଉଥିବା ଯୁଦ୍ଧ ଏବଂ ଅପରାଧ ବାବଦରେ ନଜର ରଖେ । ଖବର ସରବରାହ ସଂସ୍ଥା ସନାର ରିପୋର୍ଟ ଅନୁଯାୟୀ ଇସ୍ରାଏଲ ନିଜର ଫାଇଟର ପ୍ଲେନ୍ ଜରିଆରେ ଏହି ଆକ୍ରମଣ କରିଛି । ପେ଼ଡାଶୀ ଲେବାନନ ଉପର ଦେଇ ଇସ୍ରାଏଲର ଏହି ଫାଇଟର ପ୍ଲେନ୍ ସିରିଆରେ ଆକ୍ରମଣ କରିଥିବା ସୂଚନା ରହିଛି । ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଅଲ ମନାର ଟିଭି ରିପୋର୍ଟ ଅନୁଯାୟୀ ଲେବାନନ-ସିରିଆ ସୀମା ନିକଟରେ ସିରିଆ ଏୟାର ଡିଫେନ୍ସର ଗୋଟିଏ କ୍ଷେପଣାସ୍ତ୍ର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣର ଶବ୍ଦ ଦକ୍ଷିଣ ଲେବାନନର କିଛି ଅଞ୍ଚଳରେ ଶୁଣିବାକୁ ମିଳିଛି । କ୍ଷେପଣାସ୍ତ୍ରଟି ଲେବାନନର ସୀମାନ୍ତ ଗାଁ ହାଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇସ୍ରାଏଲ ନିଜର ଉତ୍ତର ସୀମରେ ଥିବା ଇରାନର କାର୍ଯ୍ୟକଳାପକୁ ବିପଦ ବୋଲି ବିବେଚନା କରେ । ଆଉ ଏହି କାରଣ ପାଇଁ ଇରାନ ସହ ଜଡିତ ସାମରିକ ବେସ ଏବଂ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟରେ ରଖିଥାଏ ଇସ୍ରାଏଲ । ସୂଚନାଯୋଗ୍ୟ, ଲେବାନନର ହିଜବୁଲ କ୍ରମାଗତ ଭାବରେ ଇରାନକୁ ସମର୍ଥନ କରୁଛି । ତେଣୁ ଇସ୍ରାଏଲ ସମେତ କିଛି ଦେଶ ଇରାନ ଏବଂ ସିରିଆକୁ ଆତଙ୍କବାଦୀ ସଂଗଠନ ବୋଲି ବିବେଚନା କରୁଛି ।

Leave A Reply

Your email address will not be published.