ପିଏମ୍-ସିଏମ୍ ଆଲୋଚନା ପରେ ମୋଦୀଙ୍କ ସୂଚନା : ଏବେ ଦେଶରେ ହେବନି ଲକ୍ଡାଉନ

61

-୧୧ରୁ ୧୪ ମଧ୍ୟରେ ଦେଶରେ ଟିକା ଉତ୍ସବ
-ଟେଷ୍ଟିଂ, ଟ୍ରାକିଂର ଗୁରୁତ୍ୱୂର୍ଣ୍ଣ ଭୂମିକା ରହିଛି
-୧୦ଦିନ ପାଇଁ ଟିକା ଯୋଗାଇବାକୁ ନବୀନଙ୍କ ଦାବି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକ ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ପରାମର୍ଶ ଦେଇ କହିଛନ୍ତି ଯେ, ଦେଶରେ ପୁଣିଥରେ କଠିନ ପରିସ୍ଥିତି ଉପୁଜିବାକୁ ଯାଉଛି । ଆମକୁ ଶାସନ ବ୍ୟବସ୍ଥା ଅଧିକ ମଜବୁତ କରିବାକୁ ପଡ଼ିବ ।

ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ସାଂଘାତିକ ହେଉଛି । କିଛି ରାଜ୍ୟରେ ପ୍ରଥମ ଲହରକୁ ଦ୍ୱିତୀୟ ଲହର ଟପିଗଲାଣି । ଲୋକମାନେ ପୂର୍ବ ଅପେକ୍ଷା ଢିଲା ହେଉଥିବା ଦେଖାଗଲାଣି । ପୂର୍ବ ଅପେକ୍ଷା ଆମ ପାଖରେ ନୂଆ ସଂଶାଧନ ରହିଛି । ଆମ ପାଖରେ ଟିକା ଭଳି ଅମୋଘ ଅସ୍ତ୍ର ମଧ୍ୟ ରହିଛି । ଆମେ ବ୍ୟବସ୍ଥାକୁ ଠିକ୍ ଭାବେ ପରି·ଳନା କଲେ ସ୍ଥିତି ସୁଧୁରିବ ବୋଲି ସେ କରିଛନ୍ତି ।

ସେ କହିଛନ୍ତି ଯେ ଦେଶ ତଥା ରାଜ୍ୟରେ ଏଥର ବଡ଼ ନୁହେଁ, ଛୋଟ ଛୋଟ କଣ୍ଟେନମେଣ୍ଟ କରିବାକୁ ପଡ଼ିବ । ନାଇଟ୍ କର୍ଫ୍ୟୁ ଯେଉଁଠି ହେଉଛି, ତାକୁ କରୋନା କର୍ଫ୍ୟୁ ମାନିବାକୁ ପଡ଼ିବ । ଟେଷ୍ଟ, ଟ୍ରାକ୍ ଓ ଟେଷ୍ଟ ଦ୍ୱାରା ଆମେ ଏ ଲହରରେ ରୋକ୍ ଲଗାଇ ପାରିବା । ତେଣୁ ଅଧିକ ଟେଷ୍ଟିଂ କରିବା ଦରକାର । ଅଧିକ ଟେଷ୍ଟିଂ ହେଲେ ଲକ୍ଷଣ ବିହୀନ ରୋଗୀ ଚିହ୍ନଟ ହୋଇପାରିବେ ଏବଂ ଏହାର ସଫଳ ନିଦାନ କରାଯାଇ ପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅପ୍ରିଲ୍ ୧୧ ହେଉଛି ବିଶିଷ୍ଟ ସମାଜସେବୀ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଏବଂ ୧୪ ଅପ୍ରେଲ୍ ହେଉଛି ବାବା ସାହେବ୍ ଆମ୍ବେଦକରଙ୍କ ଜୟନ୍ତୀ । ତେଣୁ ଅପ୍ରେଲ୍ ୧୧ରୁ ୧୪ ମଧ୍ୟରେ ଦେଶରେ ଟିକା ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ୧୦ଦିନ ପାଇଁ ଟିକା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୋଦୀଙ୍କ ନିକଟରେ ଦାବି କରିଛନ୍ତି ।

Comments are closed.