ବିନା ଭକ୍ତରେ ଗଡ଼ିବ ରୁକୁଣା ରଥ !

67

ଭୁବନେଶ୍ୱର: କୋଭିଡ ଯୋଗୁଁ ଚଳିତ ବର୍ଷ ମଧ୍ୟ ଆଶା ଆଶଙ୍କାରେ ରହିଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିଡିଏ ଅଫିସ୍ରେ ବିଏମ୍ସି କମିସନରଙ୍କ ଅଧ୍ୟକ୍ଷତାରେ କେମିତି ରୁକୁଣା ରଥ ଯାତ୍ରା କରାଯିବ ସେନେଇ ଗୁରୁତ୍ୱୂର୍ଣ୍ଣ ବୈଠକ କରାଯାଇଛି । କୋଭିଡ ନିୟମ ମାନି ବିନା ଭକ୍ତରେ, ଅଳ୍ପ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା କରିବାକୁ ବୈଠକରେ ଆଲୋଚନା ହୋଇଛି ।

ଏହି ପ୍ରସ୍ତାବକୁ ସରକାରଙ୍କ ପାଖକୁ ପଠାଯିବ । ଯଦି ସରକାର ଅନୁମତି ଦିଅନ୍ତି ତେବେ ଚଳିତ ବର୍ଷ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହେବ । ସେପଟେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ରଥ କାର୍ଯ୍ୟ ଆଗେଇ ଚାଲିଛି । ଚକ ଓ ଅଖ ନିର୍ମାଣ କାର୍ଯ୍ୟ ମୁଖ୍ୟତଃ ଶେଷ ହୋଇଯାଇଛି । ଏହି ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ଚାରି ନିଯୋଗ ସଦସ୍ୟଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.