ବନ୍ଧକ ଯବାନଙ୍କୁ ଛାଡ଼ିଲେ ମାଓବାଦୀ

0 67

-ମୃତ୍ୟୁ ପୂର୍ବରୁ ବସାଇଲେ ପ୍ରଜାକୋର୍ଟ ରାକେଶ୍ୱରଙ୍କ ପରିବାରରେ ଖୁସିର ଲହରୀ

ମାଲକାନଗିରି : ନକ୍ସଲଙ୍କ ସହ ଲେଇ କରିବା ବେଳେ ଅପହଣର ଶିକାର ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସ ମୁକୁଳିଛନ୍ତି । ଶନିବାର ଏନକାଉଣ୍ଟର ପରଠାରୁ ରାକେଶ୍ୱରଙ୍କୁ ମାଓବାଦୀମାନେ ଅପହରଣ କରି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ । ହେଲେ ଆଜି ଅପରାହ୍ନରେ ମାଓବାଦୀମାନେ ତାଙ୍କୁ ଛାଡ଼ି ଦେଇଛନ୍ତି ।

ସେ ସଂପୂର୍ଣ୍ଣ ସୁସ୍ଥ ଥିବା ମଧ୍ୟ ବିଜାପୁର ଏସ୍ ପିଙ୍କ ପକ୍ଷରୁ ସୂଚନା ମିଳିଛି । ରାକେଶ୍ୱରଙ୍କୁ ଅପହରଣର ୬ଦିନ ପରେ ମାଓବାଦୀମାନେ ଛାଡ଼ିଛନ୍ତି । ସେ ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ôଚବା ପରେ ଗୋଟିଏ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାସାଗୁଡ଼ା ଥାନାକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଏସ୍ ପି କମଳଲୋଚନ କଶ୍ୟପ ସ୍ୱାଗତ କରିଛନ୍ତି । ସୂଚନା ଅନୁସାରେ, ଆଜି ସକାଳୁ ପାହାଡ଼ିଆ ରାସ୍ତାଦେଇ ମାଓବାଦୀମାନେ ରାକେଶ୍ୱରଙ୍କୁ ଚଲାଇ ଚଲାଇ ଆଣିଥିଲେ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କୁ ଛାଡ଼ିବା ପରେ ସେମାନେ ପୁଣି ଜଙ୍ଗଲ ମଧ୍ୟରେ ଥିବା ନିଜ କ୍ୟାମ୍ପକୁ ଚାଲି ଯାଇଥିଲେ ।

ସେଠାରୁ ରାକେଶ୍ୱର ଚାଲି ଚାଲି ଜଙ୍ଗଲ ବାହାରକୁ ଆସିଥିବା କୁହାଯାଇଛି । ରାକେଶ୍ୱରଙ୍କୁ ମୁକୁଳାଇବା ପାଇଁ ସରକାର ପଦ୍ମଶ୍ରୀ ଧର୍ମାଲ ସାଇନି ଓ ଗୋଣ୍ଡୱାନା ସମାଜ ମୁଖ୍ୟ ତେଲେମା ବୋରିୟାଙ୍କୁ ନିଯୁକ୍ତ କରିଥିଲେ । ଆଜି ମାଓବାଦୀମାନେ ଦୁଇ ମଧ୍ୟସ୍ଥ ଓ ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ ରାକେଶ୍ୱରଙ୍କୁ ଛାଡ଼ିଛନ୍ତି । ଏହି ସମୟରେ ୭ଜଣ ମିଡିଆ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କ ସମ୍ମୁଖରେ ରାକେଶ୍ୱରଙ୍କୁ ମାଓବାଦୀମାନେ ସୁରକ୍ଷିତ ହସ୍ତାନ୍ତର କରିଥିଲେ ।

ରାକେଶ୍ୱରଙ୍କ ମୁକ୍ତି ସମ୍ପର୍କରେ ସୂଚନା ମିଳିବା ପରେ ଜମ୍ମୁରେ ଥିବା ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବାପାଙ୍କୁ ମାଓବାଦୀଙ୍କ କବଳରୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିବା ୫ ବର୍ଷର ଝିଅ ମୁହଁରେ ହସ ଦେଖାଦେଇଛି । ସେହିରି ରାକେଶ୍ୱରଙ୍କ ପତ୍ନୀ ମୀନୁ ମଧ୍ୟ ଖୁସିରେ ଆତ୍ମବିଭୋର ହୋଇଉଠିଛନ୍ତି । ପୂରା ପରିବାର ରାକେଶ୍ୱର ସୁରକ୍ଷିତ ମୁକୁଳିଥିବାରୁ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୀନୁ କହିଛନ୍ତି, ଆମେ ହିମ୍ମତ ହାରି ନଥିଲୁ । ଆମର ଆଶା ଥିଲା ଯେ ସେ ଯେମିତି ହେଲେ ଫେରିବେ । ଭଗବାନ ଆମ ଡାକ ଶୁଣିଛନ୍ତି । ଆଜି ମୋ ଜୀବନର ସବୁଠାରୁ ଖୁସିର ଦିନ । କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ବୋଲି ସେ କହିଛନ୍ତି । ପରିବାର ଲୋକ ପରସ୍ପରକୁ ମିଠା ଖୁଆଇବା ସହ ଭାରତ ମାତା କି ଜୟ ବୋଲି ନାରା ଦେଇଥିଲେ ।

ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ୱରଙ୍କ ପତ୍ତା ମିଳି ନଥିଲା । ଘଟଣାର ୩ ଦିନ ପରେ ମାଓବାଦୀମାନେ ରାକେଶ୍ୱରଙ୍କୁ ପଣବନ୍ଦୀ କରି ରଖିଥିବା ପ୍ରେସ୍ ରିଲିଜ ଜରିଆରେ କହିଥିଲେ । ତାଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବାକୁ ସରକାରଙ୍କ ଆଗରେ ସର୍ତ୍ତ ରଖିଥିଲେ । ପ୍ରେସ ରିଲିଜ୍ର ଗୋଟିଏ ଦିନପରେ ରାକେଶ୍ୱରଙ୍କ ଫଟୋ ମଧ୍ୟ ମାଓବାଦୀମାନେ ସାର୍ବଜନୀନ କରିଥିଲେ ।

Leave A Reply

Your email address will not be published.