ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କରିବ କିଏ ?

0 68


ପାରଳାଖେମୁଣ୍ଡି, ୯ା୪ : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ରାମଗିରି ଠାରେ କିଛି ଦିନ ଧରି ଜଣେ ମାନସିକ ବିକୃତି ମହିଳା ବିଭିନ୍ନ ଉନ୍ମତ କାଣ୍ଡ ଚଲାଇଥିବାକୁ ନେଇ ଅଞ୍ଚଳରେ ଚିନ୍ତାର କାରଣ ପାଲଟିଅଛି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା କୌଣସି ଗ୍ରାମରୁ ଏକ ଅପରିଚିତ ମହିଳା ଜଣକ କେଉଁ ଆଡୁ ଚାଲି ଆସି ସହର ମଧ୍ୟରେ ଥିବା ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ, ବଜାର ଛକ, ପାନୀୟଜଳ ଟାଙ୍କି, ଗଛ ପ୍ରଭୃତି ଉଚ୍ଚ ସ୍ଥାନ ଗୁଡିକୁ ଚଢି ଯାଉଥିବା ଚଢିଯାଇ ଡେଇଁବାକୁ ଉଦ୍ୟମ କରୁଛନ୍ତି ବିଭିନ୍ନ ଆତଙ୍କ ମଚାଇଥିବାରୁ ଅଞ୍ଚଳବାସୀ ଭୟଭୀତ ହେବା ସହ ଉକ୍ତ ମହିଳା ଜଣଙ୍କୁ କିପରି ଉଦ୍ଧାର କରିବେ ସେମାନଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଅଛି । ରାମଗିରି ଠାରେ ଥିବା ଛକର ଗାନ୍ଧୀ ପ୍ରତିମୂର୍ତ୍ତୀ, ଉଚ୍ଚତମ ପାଣି ଟାଙ୍କି ଚଢିଯାଇଥିବାର ଦେଖିବାକୁ ମିଳିଥିଲା । ଲୋକେ ମହିଳା ଜଣଙ୍କୁ ବାରମ୍ବାର ଉଦ୍ଧାର କରି ଆଣୁଛନ୍ତି । ମହିଳା ଜଣଙ୍କ ପରିଚୟ ମିଳିପାରୁ ନଥିବାରୁ ଗ୍ରାମବାସୀ କାହାରିକୁ କିଛି କହିପାରୁନାହାନ୍ତି । ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି ଯେ, ଉକ୍ତ ମହିଳା ଜଣଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ।

Leave A Reply

Your email address will not be published.