ପ୍ରଚାର ବେଳେ ନେତା ପିନ୍ଧୁନାହାନ୍ତି ମାସ୍କ

0 65

ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଚେତାବନୀ

ନୂଆଦିଲ୍ଲୀ, ୧୦ ।୪: ନିର୍ବାଚନୀ ପ୍ରଚାର ବେଳେ ମାସ୍କ ପିନ୍ଧିବା ନେଇ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଜବାବ ତଲବ କରିଛନ୍ତି । ନିର୍ବାଚନ ପ୍ରଚାର ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ବାଚନ କମିଶନ ସମସ୍ତ ରାଜନୀତିକ ଦଳ ଏବଂ ପ୍ରାର୍ଥୀଙ୍କୁ ମାସ୍କ ପିନ୍ଧିବାକୁ କହିଛନ୍ତି । ନହେଲେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ନିର୍ବାଚନ ପ୍ରଚାର ସମୟରେ ଷ୍ଟାର ପ୍ରଚାରକ ତଥା ନେତାମାନେ ମାସ୍କ ପିନ୍ଧୁ ନାହାନ୍ତି । ଏହାକୁ ନେଇ ନିର୍ବାଚନ କମିଶନ ଉଦବେଗ ପ୍ରକାଶ କରିଛନ୍ତି । ତେଣୁ ଗତ ବର୍ଷ କୋଭିଡ ସମ୍ପର୍କରେ ନିର୍ବାଚନ କମିଶନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ କଡାକଡି ପାଳନ କରାଯାଇଛି । ତେଣୁ ସମସ୍ତ ରାଜନୀତିକ ଦଳର ପ୍ରାର୍ଥୀ ପ୍ରଚାର ବେଳେ ମାସ୍କ ପିନ୍ଧିବା ଦରକାର ବୋଲି ନିର୍ବାଚନ କମିଶନ କହିଛନ୍ତି । ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୀତିକ ଦଳର ନେତାଙ୍କ ନିକଟକୁ ପଠାଯାଇଥିବା ଚିଠିରେ ନିର୍ବାଚନ କମିଶନ କହିଛନ୍ତି ଯେ ରାଜନୀତିକ ପ୍ରଚାର ବେଳେ ମାସ୍କ କେହି ପିନ୍ଧୁନାହାନ୍ତି, ସାମାଜିକ ଦୂରତା ରକ୍ଷା କରାଯାଉନି । ଏଭଳି ହେଲେ କୋଭିଡ୍ ଆହୁରି ବ୍ୟାପିବ ବୋଲି ଚିଠିରେ କୁହାଯାଇଛି । ଯଦି ପ୍ରଚାର ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହେବ ତାହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସମେତ ଚାରି ରାଜ୍ୟରେ ବିଧାନସଭା ଆସନ ପାଇଁ ପ୍ରଚାର ଚାଲିଛି । ଏହାରି ଭିତରେ ଆସାମରେ କିନ୍ତୁ ଭୋଟିଂ ଶେଷ ହୋଇଯାଇଛି । ହେଲେ ପ୍ରଚାର ବେଳେ କେହି ମାସ୍କ ପିନ୍ଧୁନଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଆଇଏଲ ଆବେଦନ ହୋଇଛି । ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶଙ୍କୁ ଜବାବ ତଲବ କରିଛନ୍ତି । ନିର୍ବାଚନ କମିଶନ କାହିଁକି ମାସ୍କ ପିନ୍ଧୁନାହାନ୍ତି ବୋଲି ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ଆସନ୍ତା ଶୁଣାଣି ଏପ୍ରିଲ ୩୦ରେ ରହିଛି ।

Leave A Reply

Your email address will not be published.