ମୋଦିଙ୍କୁ କୁଣ୍ଢାଇ ପକାଇଲେ ଆମ୍ବୁଲାନ୍ସ ଦାଦା

0 65

ସିଲିଗୁଡି, ୧୦ ।୪: ଏପ୍ରିଲ ୧୭ରେ ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲିଗୁଡି ଯାଇ ପ୍ରଚାର କରିଛନ୍ତି । ସିଲିଗୁଡ଼ିରେ ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଜଣେ ବ୍ୟକ୍ତି ତାଙ୍କୁ ଆସି କୁଣ୍ଢାଇ ପକାଇଥିଲେ । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଚା ବଗିଚାରେ କାମ କରୁଥିବା କାମିରୁଲ ହକ । ତାଙ୍କୁ ଲୋକମ।।ନେ ବାଇକ୍ ଆମ୍ବୁଲାନ୍ସ ଦାଦା ନାମରେ ଜାଣନ୍ତି । ଏହି କାମ ପାଇଁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ସେ ପାଇଛନ୍ତି । କାମିରୁଲ ହକ ଜଣେ ପରୋପକାରୀ ବ୍ୟକ୍ତି । ଲୋକଙ୍କୁ ବାଇକରେ ନେଇ ଚିକିତ୍ସା ଯୋଗାଇ ଦିଅନ୍ତି । ଆଉ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କୁ ବାଇକରେ ବସାଇ ରୋଗୀଙ୍କ ପାଖକୁ ନେଇ ଆସନ୍ତି କାମିରୁଲ । ପ୍ରଧାନମନ୍ତ୍ରୀ ସିଲିଗୁଡିରେ ପ୍ରଚାର କରିବା ବେଳେ ମମତା ବାନାର୍ଜୀ ସରକାର ବିରୋଧରେ ବର୍ଷିଛନ୍ତି । ଏଥିସହ ଆଜି କୁଚ ବିହାରରେ ମତଦାନ ବେଳେ ହୋଇଥିବା ହିଂସା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କୁ ନ୍ୟାୟ ମିଳିବା ଦରକାର ବୋଲି ସେ କହିଛନ୍ତି । ବିଜେପି ପ୍ରତି ଲୋକଙ୍କର ଭଲ ପାଇବା ବଢ଼ୁଛି ଏହାକୁ ସହି ନପାରି ଟିଏମସିର ଗୁଣ୍ଡାମାନେ ଏଭଳି ହିଂସା ଆପଣାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ କହିଛନ୍ତି ଦିଦି, ଟିଏମସି ଏବଂ ସେମାନଙ୍କ ଗୁଣ୍ଡରାଜକୁ ଆଉ ପଶ୍ଚିମବଙ୍ଗ ବରଦାସ୍ତ କରିବନି । ଦିଦିଙ୍କ ଦଳ ହିଂସା କରି ନିର୍ବାଚନକୁ ପ୍ରଭାବିତ କରିପାରିବେନି । ଯେଉଁ ଯବାନ ଆତଙ୍କବାଦ, ନକ୍ସଲଙ୍କୁ ମୁକାବିଲା କରୁଛନ୍ତି ସେମାନେ କେବେ ହେଲେ ଦିଦିଙ୍କ ଗୁଣ୍ଡାକୁ ଡରିବେନି । ହେଲେ ଦିଦି ସେହି ବାହାଦୁର ଯବାନଙ୍କୁ ନିନ୍ଦା କରୁଛନ୍ତି ଏବଂ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି ବୋଲି ସେ କହିଛନ୍ତି । ମୋଦି କହିଛନ୍ତି ଯେ ସେ ଜଣେ ଚା ବିକାଳି । ସମଗ୍ର ଉତ୍ତର ବେଙ୍ଗଲ ତାଙ୍କୁ ବହୁତ ଆଶୀର୍ବାଦ ଦେଇଛି । ଆଉ ଏହି ଉତ୍ତର ବେଙ୍ଗଲବାସୀ ଟିଏମସି ସରକାରକୁ ବାଏ ବାଏ କରିବାକୁ ଯାଉଛନ୍ତି । ପ୍ରଥମ ତିନୋଟି ପର୍ଯ୍ୟାୟରେ ମମତା ବାନାର୍ଜୀଙ୍କ ଦଳ ହାରିସାରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.