କୋଭିଡ଼ କଟକଣା ମଧ୍ୟରେ ମାଁ ମାଣୀକେଶ୍ୱରୀଙ୍କର ଚୈତ୍ର ପର୍ବ ପାଳିତ

0 73

ଭବାନୀପାଟଣା :କଳାହାଣ୍ଡି ଜ଼ୀଲ୍ଲା ଭବାନୀପାଟଣା ପାହାଡ଼ ପର୍ବତ ଘେରା କଳାହାଣ୍ଡି ଜ଼ୀଲ୍ଲାର ଜନମାନସ ର ଆରାଧ୍ୟ ଦେବୀ ଶ୍ରୀ ଶ୍ରୀ ମାଁ ମାଣୀକେଶ୍ୱରୀଙ୍କ ଜ଼ୀଲ୍ଲାର ମୁଖ୍ୟ ସହରର ଭବାନୀପାଟଣା ରେ ଅବସ୍ଥିତ ମାଁଙ୍କ ଅପାର କରୁଣା ପାଇବା ପାଇଁଓଡ଼ିଶାର ବିଭିନ୍ନ ସାଙ୍ଗକୁ ଛତିଶଗଡ଼ , ମଧ୍ୟପ୍ରଦେଶ ,  ଆନ୍ଦ୍ରାପ୍ରଦେଶରୁ , ମଧ୍ୟ ଭକ୍ତ ଆସିଥାନ୍ତି । ଜ଼ୀଲ୍ଲା ଆଦିବାସୀ ବହୁଳ ଏମାନଙ୍କର ପର୍ବ ପର୍ବାଣୀ ପାଳନ ନିଆରା । ମାଁଙ୍କ ପୂଜା ବିଭିନ୍ନ ଗ୍ରାମ ମାନଙ୍କ ରେ ପୂଜା ବିଧି କରାଯାଇଥାଏ । ଛତ୍ରର ମାସରେ ଠାକୁରାଣୀ ଶାଶୁଘର ବାପା ମାଁଙ୍କ ଘରକୁ ଆସିଥାନ୍ତି । ଏହି ସମୟରେ ମାଁ ଖୁସିରେ ନଗର ପରିକ୍ରମା କରିଛନ୍ତି । ପଡ଼ାରେ ସାହିରେ ଘରେ ଘରେ ଭକ୍ତମାନେ ତାଙ୍କ ଘର ସମ୍ମୁଖରେ ଗୁଡ଼ି ହଳଦୀ ପାଣି ମାଁଙ୍କୁ ବନ୍ଦାପନା ଦେଇ ପଦ ଧୋଇ ପଣା , ପାଣି ଦେଇ ଶାନ୍ତି କରିଥାନ୍ତି । ହେଲେ ଭବାନୀପାଟଣା ସହରର ସେବକନଗର କଲୋନୀ , ଅର୍କାବାହାଳି ପଡ଼ା ୱାର୍ଡ ନଂ ୭ ଠାରେ ବହୁ ବର୍ଷ ଧରି ମାଁ ମାଣିକେଶ୍ୱରୀ କ୍ରିଷ୍ଣା ବେହେରାଙ୍କ ଘରେ ପୂଜା ରୀତି ନୀତି ପୂଜା ପାଇ ଆସୁଥିଲେ । ଚୈତ ମାସରେ ୭ ବର୍ଷ ହେବ ତାଙ୍କର ପୁଅ ଅତୁଳ ବେହେରାଙ୍କ ଦେହରେ ମାଁ ମାଣିକେଶ୍ୱରୀଙ୍କ କଳସୀ ରୂପରେ ଲାଗିଲେ ମାଁଙ୍କ ପାଖକୁ ଭକ୍ତମାନେ ଦୁଃଖ ଜଣାଇବାକୁ ଆସି କରୁଣା ପ୍ରାପ୍ତକରିବା ଘଟଣା ଆସ୍ତେ ଆସ୍ତେ ପ୍ରଚାର ହେଲା ଦୂର ଦୁରାନ୍ତର  ଭକ୍ତ ଆସିଥିଲେ । ବର୍ତ୍ତମାନ ଏଠାରେ ପ୍ରତି ବର୍ଷ ଚୈତ୍ର ମାସର ଦ୍ଵିତୀୟ ମଙ୍ଗଳ ବାରଦିନ ଏହି ପର୍ବ ପାଳନ ହୋଇଥାଏ । ଆଜି ମଧ୍ୟ ମାଁଙ୍କ ପର୍ବ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ମାନସିକ ଧାରା ଭକ୍ତମାନେ ଦିବା ୧୨ ଘଣ୍ଟା ସମୟରେ କାଳସୀ ଲାଗି ମାଁ ଭକ୍ତଙ୍କ ଦର୍ଶନ ଦେବା ପାଇ ନଗର ପରିକ୍ରମା କରିଥିଲେ । ଏହି ସମୟରେ ଭକ୍ତ ମାନେ ଛେଳି , ପାରା , କୁକୁଡ଼ା ,ନଡ଼ିଆ , କଦଳୀ , ବୋଦା ବଳି ଇତ୍ୟାଦି ଦେଇ ଥିଲେ । ଭକ୍ତ ମାନେ କୁହନ୍ତି ମାଁଙ୍କ ପାଖରେ ଆମର୍ ଦୁଃଖ ଜଣାଇଥିଲୁ ତାହା ପୂରଣ ହେବାରେ ୩ ବର୍ଷ ହେଲା ମାଁଙ୍କର ଯାତ୍ରାରେ ପରିବାର ସହ ଆସିଥାଉ , ଏବର୍ଷ ମଧ୍ୟ ଆସିଛନ୍ତି । ପଡ଼ାର ବରିଷ୍ଠ ବ୍ୟକ୍ତି ତଥା , ଜିପୁନ ଭାରତୀ , ସରୋଜ ବାଗ , ମନ୍ଦାକିନି ବାଣୁଆ , ଜଗନ୍ନାଥ ନାଏକ , ମନରଞ୍ଜନ ଭୋଇ , ଅଜିତ ନାଏକ , ଜଶ୍ମୀନ ନାଏକ , ଜନ୍ନତ ନାଏକ , ଜେକ୍ଲିନ୍ ନାଏକ ,  ମନ୍ଦାର ଦେଇ , ନିରାକାର ବାଗ , ମାୟା ବାଗ , ବନିତା ବେହେରା , ବିନ୍ଦିନୀ ନାଏକ , ବେବି ବେହେରା , ଫୁଲତୋଳି ବାଗ , ରଖି ବାଗ , ଅମ୍ବିକା ନାଏକ , ଅଂଶୁ ନାଏକ ,  ଯୁଗେଶ୍ୱର ବାଗ , ନରଶିଙ୍ଗ ବାଗ , ଦେବକୀ ବାଗ , ପାଣ୍ଡବ ବାଗ , ପ୍ରମିଳା ବାଗ , ଜୁଗୁନୁ ବେହେରା , ରେଖା ବାଗ , ଋଷଭ ନାଏକ , ଦୀପ ନାଏକ , ଦୀପିକା ନାଏକ , କୋଷା ବାଇକ , ଦିବ୍ୟା ନାଏକ , କମ ବେହେରା , ରାଜୁ ବେହେରା , ଚନ୍ଦନ ବାଗ , ଚୁମନ ବାଗ , ପିରି ବାଗ , ପ୍ରେମରାଜ ମଛଖଣ୍ଡିଆ , ମାନସୀ ମଛଖଣ୍ଡିଆ , ରାହୁଲ ବାଗ , ଅକୁଳ ବେହେରା , ପ୍ରମୋଦ ବେହେରା , ଲୁଲୁ ଲକ୍ଷ୍ମୀ ନାରାୟଣ , ଜିପୁନ ଭାରତୀ , ଅମିୟ ସାହୁ ,ଅର୍ଜୁନ ଦୀପ , ଅନିତା ଦୀପ , କମଳ ନାଏକ , ନରେନ୍ଦ୍ର ନାଏକ , ଦିଗାମ୍ବର ବେହେରା , ସୁମିତ ବେହେରା , କାଳିଆ , ଏବଂ ସମସ୍ତେ ଉପସ୍ଥିତ ଥିଲେ । ଅତୁଳ ବେହେରାଙ୍କ ବାପା ପ୍ରକାଶ କରିଛନ୍ତି ତାଙ୍କର ପୂର୍ବ ପୂରୁଷ ମାନେ ମାଁଙ୍କ ପୂଜା କରି ଆସୁଥିଲେ । ହେଲେ ଏତେ ବଡ଼ ଯାତ୍ରା ହେଉ ନ ଥିଲା ଯେଉଁଦିନ ଠାରୁ ପୁଅ  ଦେହରେ ମାଁଙ୍କର ଲାଗିବା ଦିନ ପରଠାରୁ ଯାତ୍ରା ଏତେ ବଡ଼ ହୋଇଛି । କଳାହାଣ୍ଡି ରାଜ୍ ପରିବାର ପକ୍ଷରୁ ମାଁଙ୍କ ଏହି ଯାତ୍ରା ନିମନ୍ତେ ସ୍ୱତନ୍ତ୍ର ପୂଜା ସାମଗ୍ରୀ ଆସିଥାଏ । ସାମଗ୍ରୀ ଆସିଲେ ମାଁଙ୍କ ବାର୍ଷିକ ପାଇଁ ପର୍ବ ପାଳନ ହୋଇଥାଏ ।

Leave A Reply

Your email address will not be published.