ପିପିଲି ଫାଇଟ: କାଲି ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ

0 49

ପିପିଲି୧୧/୪ :  ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ । ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ପାଇଁ ଏହି ପ୍ରଚାର କରିବେ । ପିପିଲି ବାସୀଙ୍କୁ ରୁଦ୍ରଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ । ପିପିଲି ବ୍ଲକ୍ ଓ ଏନଏସି ପାଇଁ ପ୍ରଚାର କରିବା ସହ ଡେଲାଙ୍ଗ ବ୍ଲକରେ ରୁଦ୍ରଙ୍କ ବି ପ୍ରଚାର କରିବେ । ଭର୍ଚୁଆଲ ପ୍ରଚାର ପାଇଁ ପିପିଲି ବ୍ଲକର ୩ଟି ସ୍ଥାନରେ ବ୍ୟବସ୍ଥା ହୋଇଛି । ଡେଲାଙ୍ଗ ରେଞ୍ଜ, ବଡ ଆଙ୍କୁଲା ଓ ସିଙ୍ଗ ବ୍ରହ୍ମପୁରରେ ପ୍ରଚାର କରିବେ । ଗତ କିଛିଦିନ ମୈଦାନରେ ଯାଇ ପ୍ରଚାର କରୁଛନ୍ତି ସବୁ ଦଳର ହେବିଓ୍ୱେଟ୍ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ବଡ ନେତା ଯାଇ ପ୍ରଚାର କରିଛନ୍ତି । ସେହିପରି କଂଗ୍ରେସ ପ୍ରାଥୀ ଅଜିତ ମଙ୍ଗରାଜ କରୋନାରେ ପୀଡିତ ଥିବାରୁ ସେ କ୍ୱାରେଣ୍ଟାଇନରେ ଅଛନ୍ତି । ହେଲେ ତାଙ୍କ ପାଇଁ ପ୍ରଚାର କିନ୍ତୁ କମିନି । ଦଳୀୟ ନେତା ପିପିଲି ମାଟିରେ ଯାଇ ଭୋଟ ଭିକ୍ଷା କରିଛନ୍ତି ।  

Leave A Reply

Your email address will not be published.