ଦେଶବାସୀଙ୍କୁ ୪ ନୀତି ଅନୁସରଣ କରିବାକୁ ଆହ୍ୱାନ

0 73

-ଟିକା ଉତ୍ସବ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଚାରିଦିନିଆ ସ୍ୱତନ୍ତ୍ର ଟିକାକରଣ ଅଭିଯାନ “ଟିକା ଉତ୍ସବ’ ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି । ଏହି ଗଣ ଟିକାକରଣ ଉତ୍ସବ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତ ଗୁରୁବାର ଦିନ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ସମୟରେ ଗଣ ଟିକାଦାନ କାର୍ଯ୍ୟକ୍ରମ ଟିକା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଥିଲେ । କୋଭିଡ୍ ଟିକା ପାଇଁ ପଞ୍ଜୀକରଣ କରିବା ଲାଗି ବରିଷ୍ଠ ନାଗରିକମାନଙ୍କୁ ସାହାଯ୍ୟ କରିବା ସକାଶେ ଆଗେଇ ଆସିବାକୁ ଏହି ଅବସରରେ ଶ୍ରୀ ମୋଦିଜୀ ଯବାନମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ଆରୋଗ୍ୟ ସେତୁଆପ୍ ଓ କୋ-ୱିନ୍ ପୋର୍ଟାଲ୍ ମାଧ୍ୟମରେ ସବୁ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବାପାଇଁ ପଞ୍ଜୀକରଣ କରିପାରିବେ । ଟିକାଦାନ କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରିବା ସୁବିଧା ମଧ୍ୟ ଉପଲବ୍ଧ ରହିଛି । ବହୁମାତ୍ରାରେ ଟିକା ନେବାପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।

ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ପରିଷ୍କାର ପାରିଛିନ୍ନତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ୪ଟି ନୀତି ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଲୋକ-ଗୋଟିଏ ଟିକା, ପ୍ରତ୍ୟେକ ଲୋକ- ଜଣକୁ ଚିକିତ୍ସା, ଜଣେ ଲୋକ-ଜଣକୁ ବଞ୍ଚାଇବ ଏବଂ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ମାଧ୍ୟମରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟିକା ଉତ୍ସବ କରୋନା ମହାମାରୀ ବିରୁଦ୍ଧରେ ଆଉ ଏକ ପ୍ରମୁଖ ଲଢ଼େଇର ଶୁଭାରମ୍ଭ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିରି ଆଦୌ ଟିକା ଯେପରି ନଷ୍ଟ ନହୁଏ ସେଥ୍ରିତି ଧ୍ୟାନ ଦେବାକୁ ସେ ନାଗରିକମାନଙ୍କୁ ନିବେଦନ କରିଛନ୍ତି । ଏହି ସମୟରେ ଟିକାଦାନ ଅଭିଯାନର ସର୍ବାଧିକ ଦକ୍ଷତାକୁ ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.