ରାଜ୍ୟରେ ୨୪ଘଣ୍ଟାରେ ୧୭୪୧ ପଜିଟିଭ ଚିହ୍ନଟ

0 61

ଭୁବନେଶ୍ୱର ୧୨/୦୪: ରାଜ୍ୟରେ ସଂକ୍ରମଣ ବିସ୍ଫୋରଣ ହେଲାଣି । ଦୈନିକ ବିପଜ୍ଜନକ ହାରରେ ମାଡ଼ିଚାଲିଛି । ଯେତିକି ସମୟ ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । ସବୁକିଛି ହାତରୁ ଖସିଯିବ । ସ୍ଥିତିର ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ରାଜ୍ୟରେ ୧୭୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୨୬ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର୩୦୨ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଓଡ଼ିଶାର ୩୦ଟି ଜିଲ୍ଲାରୁ ରେକର୍ଡ ବ୍ରେକ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ମଧ୍ୟରେ ସୁନ୍ଦରଗଡ଼ରୁ ୨୬୮ ଜଣ, ଖୋର୍ଦ୍ଧାରୁ ୨୦୪ ଜଣ, ବାଲେଶ୍ବରରୁ ୧୫୮ ଜଣ, ସମ୍ବଲପୁରରୁ ୧୨୧ ଜଣ, କଳାହାଣ୍ଡିରୁ ୧୧୪ ଜଣ,ବରଗଡ଼ରୁ ୯୭ ଜଣ, ନୂଆପଡ଼ାରୁ ୯୬ ଜଣ,ବଲାଙ୍ଗୀରରୁ ୯୩ ଜଣ, ନବରଙ୍ଗପୁରରୁ ୮୦ ଜଣ,କଟକରୁ ୫୮ ଜଣ,କେନ୍ଦୁଝରରୁ ୫୩ ଜଣ ପୁରୀରୁ ୫୪ ଜଣ, ଅନୁଗୁଳ ଓ ଝାରସୁଗୁଡ଼ାରୁ ୪୩ ଜଣ ଲେଖାଏଁ, ମୟୂରଭଞ୍ଜରୁ ୩୯ ଜଣ, ଯାଜପୁରରୁ ୩୮ ଜଣ, ରାୟଗଡ଼ାରୁ ୩୫ ଜଣ, ସୋନପୁରରୁ ୧୩ ଜଣ, ଗଜପତିରୁ ୧୪ ଜଣ, ଭଦ୍ରକରୁ ୧୧ ଜଣ, ଜଗତସିଂହପୁର, ଗଞ୍ଜାମ ଓ କୋରାପୁଟ ୯ ଜଣ ଲେଖାଏଁ,କନ୍ଧାମାଳରୁ ୮ ଜଣ,ନୟାଗଡ଼ରୁ ୭ ଜଣ, ବୌଦ୍ଧରୁ ୫ ଜଣ, ମାଲକାନଗିରିରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୫୧ ହଜାର୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୯୨୫୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୪୦ ହଜାର ୦୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୯୪ ଲକ୍ଷ ୦୦ ହଜାର ୪୫୬ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.