ହୀନସ୍ତା ହେଉଛନ୍ତି ରେଳ ଯାତ୍ରୀ କେନ୍ଦୁଝର ମେମୁ ଟ୍ରେନରେ

0 73

କେନ୍ଦୁଝର : କୋଭିଡ କଟକଣା ସମୟରେ ଗୋଟିଏ ବର୍ଷର ବ୍ୟବଧାନ ପରେ କେନ୍ଦୁଝର-ଭୁବନେଶ୍ଵର ମେମୁ ଟ୍ରେନର ପୁନଃ ଚଳାଚଳ ଜିଲ୍ଲା ବାସିଙ୍କୁ ଖୁସି କମ ଦୁଃଖ  ବେଶୀ ଦେଲାଭଳି ମନେହୁଏ । କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ରେଳ ବିଭାଗର କର୍ମଚାରୀ ମାନଙ୍କର ଖାମଖିଆଲ ନୀତି ପାଇଁ ଆଜିକା ସମୟର ରେଳଯାତ୍ରୀମାନେ ମାଲଗାଡ଼ିରେ ଯାତାୟତ କଲା ଭଳି ଜଣାଯାଏ ।

ଯେ କେହି ଏହି ମେମୁ ଟ୍ରେନରେ ଯାତ୍ରା କଲେ ତାହା ଅନୁଭବ କରିପାରିବେ । ଏହି ଟ୍ରେନରେ ମୁଖ୍ୟତଃ ପାଣିର ଘୋର ଅଭାବ । ଯାହାଦ୍ଵାରା ଯେ କୌଣସି ଯାତ୍ରୀ ପରିଶ୍ରା କରି ସାରିଲା ପରେ ପାଣିର ଅଭାବ ଟି ଅନୁଭବ କରିପାରିବେ । ଯେ ହେତୁ କେନ୍ଦୁଝର ଠାରୁ ଭୁବନେଶ୍ଵରର ଦୂରତା କି:ମି । କୌଣସି ଯାତ୍ରୀକୁ ଦୁଇ ଲାଗିଲେ ପାଣିର ଅଭାବରେ ଯାହା ହେବ ଅନୁମାନ କରି ପାରୁଥିବେ ।

ଛୋଟ ଛୁଆ, ରୋଗୀ, ବୃଦ୍ଧ , ବୃଦ୍ଧା ଏଇ ରେଳ ଯୋଗେ ଯାତ୍ରା କରିଥାନ୍ତି । ପାଣିର ଅଭାବରେ କେତେ ହଇରାଣ ହେଉଥିବେ ଅନୁମାନ କରି ପାରୁଥିବେ ।  ଟ୍ରେନର  ଟି ଭୂବନେଶ୍ଵର ଠାରେ ପରିଷ୍କାର ପରିଛନ ହେଉଥିବାର ରେଳ କର୍ମଚାରୀଙ୍କ ଠାରୁ ଜଣାଯାଏ । ଯଦି ଏ ଭଳି ହେଉଥାଏ କେନ୍ଦୁଠାରୁ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସକାଳର ଯାତ୍ରା କେଉଁ ପରିବେଶ ମଧ୍ୟରେ ହେଉଥିବ ଯେ କେହି ନ ଦେଖିଲେ ଅନୁଭବ କରିପାରିବ ନାହିଁ ।

ମୋର ନିଜ ଅନୁଭୂତି ଏଠାରେ ଆପଣ ମାନଙ୍କୁ ବର୍ଣ୍ଣନା କରୁଛି ।o୯/o ୪/୨୧ରିଖ ସକାଳରୁ ନରେଣପୁର 6ଷ୍ଟସନରେ ଟିକେଟ କାଟି ଟ୍ରେନରେ ଚଢି ଦେଖିଲି ସବୁ ବଗିରେ ସିଟ୍ ଗୁଡିକ ଧୂଳି ଏବଂ ପୂର୍ବନିନର ବର୍ଷା ପାଣିରେ ଓଦା ପ୍ରାୟ । ଏ ସମ୍ବନ୍ଧରେ ତୁରନ୍ତ ନରଣପୁର   ଷ୍ଟେସନ ମାଷ୍ଟରଙ୍କର ସହ ଯୋଗା ଯୋଗ କରି ଯାଣିବାକୁ ଚାହିଁଥିଲି କାହିଁକି ଟ୍ରେନ ସିଟ ଗୁଡିକ ଅପରିଷ୍କାର ହୋଇଛି। ଏଠାରେ ଆପଣମାନେ ଭାବୁଥିବେ ମୁଁ କେମିତି ସମୟ ପାଇଲି ଏହା ଜାଣିବାକୁ ଯେ ଷ୍ଟେସନ ମାଷ୍ଟରଙ୍କ ସହ ମୋର ଯାତ୍ରା ସମୟରେ ଦେଖା ହେଲା କିପରି ?ସେ  ଦିନ କେନ୍ଦୁଝର ଷ୍ଟେସନରେ ଲିଙ୍କ ଫେରୁଥିବାରୁ 10 ମିନଟ ସମସ୍ତ ପାସେଞ୍ଜରଙ୍କୁ ଟିକେଟ କଟିବା ପାଇଁ ଦିଆଯାଇଥିଲା ନରଣପୁର ଷ୍ଟେସନରେ ।

ସେହି ଷ୍ଟେସନରେ 6ଷ୍ଟସନ ମାଷ୍ଟର ଉତ୍ତର ଦେଇଥିଲ ଭୁବନେଶ୍ଵରରେ  ଟ୍ରେନକୁ ପରିଷ୍କାର ପରିଛନ କରାଯାଏ । ତଥାପି ସେ କୌଣସି ଏକ କର୍ମଚାରୀଙ୍କ ସହ ମୋ ସହିତ ଲ୍ୟାଣ୍ଡଫୋନ ମାଧ୍ୟମରେ କଥା ବାର୍ତ୍ତା କରାଇ ଦେଇଥିଲେ । ଉକ୍ତ କର୍ମଚାରୀ ମଧ୍ୟ  କହିଲେ କେନ୍ଦୁଝର ଠାରେ ଆମର  ଟ୍ରେନ ପରିଷ୍କାର ପରିଛନ ବ୍ୟବସ୍ଥା  ନାହିଁ । ଏଠାଇ ପ୍ରଶ୍ନ ଉଠେ ଟ୍ରେନ ରେମାଲବୁହା ହେଲା ଭଳି ଯଦି ଯାତ୍ରୀ ମାନେ ପୁତି ଗନ୍ଧମୟ ପରିବେଶରେ ଯାତ୍ରା କରିବେ, ତାହାଲେ ଏହା କେନ୍ଦୁଝର ଜିଲ୍ଲାର ସରଳ ଜନସାଧାରାଣମାନଙ୍କ ପ୍ରତି ସରକାରଙ୍କ କେଉଁ ମାନସିକତାର ପରିଚୟ ତାହା ବୁଝାପଡୁନାହିଁ ।

ଏ ସମ୍ବନ୍ଧରେ ଆମେ କେନ୍ଦୁଝର ବିକାଶ ଯୁବ ପରିଷଦର ଅବାହକ ବରାଦା ପ୍ରସନ୍ନ ଦାସଙ୍କ ସହ ଫୋନ ମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ଜାଣିବାକୁ ଚାହିଁଥି ଲୁ, ସେ ଯାହା କହିଥିଲେ ତାହା ଏପରି ଥିଲା, ସାଧାରଣ ଯାତ୍ରୀଙ୍କ  ମୌଳିକ ସୁବିଧା ପ୍ରତି ରେଳ ବିଭାଗ ଧ୍ୟାନ ଦେବାକୁ ଆମେ ରେଳ ବିଭାଗର ଉଚ୍ଚ ଅଧିକାରିଙ୍କୁ ଜଣାଇବୁ।

Leave A Reply

Your email address will not be published.