ମୋଦୀ ଲୋକପ୍ରିୟ କିନ୍ତୁ ଟିଏମସିର ଭୋଟ ପ୍ରତିଶତ ଅଧିକ

0 67

କୋଲକାତା,୧୨ ।୪ : ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇ ଉଠିଛି । ହାଇଭୋଲଟେଜ୍ ପ୍ରଚାର ସାଙ୍ଗକୁ ବ୍ୟାପକ ହିଂସାକାଣ୍ଡ ମଧ୍ୟ ଦେଖିବାକୁ ମିଳୁଛି । ଗତ କଛିଦିନ ତଳେ ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହଯୋଗୀ ପ୍ରଶାନ୍ତ କିଶୋରଙ୍କର ଏକ ଅଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପଶ୍ଚିମବଙ୍ଗରେ ଟିଏମସି ହାରୁଥିବା ଓ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଥିବା ସ୍ୱୀକାର କରିଥିବା ବିଜେପି କହିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ । ପିକେ ନାମରେ ପରିଚିତ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସେ ଅଡିଓରେ ସେପରି କିଛି କହି ନାହାଁନ୍ତି । ଯାହା କହିଛନ୍ତି ତାହା ଲୋକଙ୍କ ଆଗରେ ମଧ୍ୟ ସେ ପୂର୍ବରୁ କହି ସାରିଛନ୍ତି । ଏହାସହ ବିଜେପି ୧୦୦ ଆସନ ଅତିକ୍ରମ କରିପାରିବ ନାହିଁ ବୋଲି ସେ ଦାବି ଦୋହରାଇଛନ୍ତି । ସେ କହିଛନ୍ତି ଯେ, ତାହା ଲିକ୍ ହୋଇଥିବା ଅଡିଓ ନୁହେଁ । ସବୁକିଛି ପବ୍ଲିକ୍ ଥିଲା । ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦୁର୍ବଳ ଭାବିବା କଥା ନୁହେଁ । ଯାହା ସହ ସେ ମୁକାବିଲା କରନ୍ତି ତାର ଶକ୍ତିକୁ ଅଧିକ ଭାବି ଆଗକୁ ବଢିଥାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲୋକପ୍ରିୟ । ତେଣୁ ସେ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି । ଭାଇରାଲ ଅଡିଓକୁ ନେଇ ସେ କହିଛନ୍ତି ଯେ, ତାଙ୍କୁ କେହି ଜଣେ ବିଜେପି ପଶ୍ଚିମବଙ୍ଗରେ ୪୦ ପ୍ରତିଶତ ଭୋଟ୍ ପାଇବ ବୋଲି ପଚାରିଥିଲେ । ତେଣୁ ସେ କହିଥିଲେ ଯେ, ବିଜେପିକୁ ଭୋଟ୍ ମିଳୁଥିବାର ସବୁଠୁ ବଡ କାରଣ ହେଉଛନ୍ତି ମୋଦୀ । ମତୁଆ ଓ ଏସସି ସମୁଦାୟ ବିଜେପିକୁ ଭୋଟ ଦେଉଛନ୍ତି । ଏହାର କାରଣ ହେଉଛି ମୋଦୀଙ୍କ ଲୋକପ୍ରିୟତା । କିନ୍ତୁ ଲୋକସଭା ଭଳି ବିଜେପିକୁ ଭୋଟ୍ ମିଳିବ ନାହିଁ । ଯଦି ବିଜେପି ୪୦ ପ୍ରତିଶତ ଭୋଟ୍ ପାଏ ତେବେ ଟିଏମସି ୪୫ ପ୍ରତିଶତରୁ ଅଧିକ ଭୋଟ୍ ପାଇବ । ଏହାସହ ଟିଏମସି ପୁଣି ସରକାର ଗଢିବ ଓ ବିଜେପିକୁ ୧୦୦ ସିଟ୍ ଭିତରେ ରୋକିବ ବୋଲି ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ମମତା ଲୋକଙ୍କ ସହ ରହିଛନ୍ତି । ସେ ଅନେକ ନେତାଙ୍କଠୁ ଭଲ ଅଟନ୍ତି । ଏହାସହ ପିକେ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ବୋଲି କହିଛନ୍ତି ।

Leave A Reply

Your email address will not be published.