ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବ ହେଲେ ଡେପୁଟି ଲୋକାୟୁକ୍ତ

0 57

ଲକ୍ଷେ୍ନø, ୧୩ ।୪: ବହୁଚର୍ଚ୍ଚିତ ବ୍ରାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ ଦେଇଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବ ଉତ୍ତର ପ୍ରଦେଶର ଡେପୁଟି ଲୋକାୟୁକ୍ତ ଭାବେ ଶପଥ ଗ୍ରହଣ କରିଛନ୍ତି । ଏପ୍ରିଲ ୬ରେ ଶ୍ରୀ ଯାଦବଙ୍କୁ ରାଜ୍ୟପାଳ ତୃତୀୟ ୟୁପି ଲୋକାୟୁକ୍ତ ବା ଡେପୁଟି ଲୋକାୟୁକ୍ତ ଭାବେ ନିଯୁକ୍ତି ଦେଇଥିଲେ । ଆଜି ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ଯାଦବଙ୍କ ବ୍ୟତୀତ ଆଉ ଦୁଇ ଡେପୁଟି ଲୋକାୟୁକ୍ତ ହେଲେ ଶମ୍ଭୁ ସିଂହ ଯାଦବ ଓ ଦୀନେଶ କୁମାର ସିଂହ । ଶମ୍ଭୁ ୨୦୧୬ ଅଗଷ୍ଟ ୪ ଓ ଦୀନେଶ କୁମାର ସିଂହ ୨୦୨୦ ମସିହା ଜୁନ୍ ୬ରେ ନିଯୁକ୍ତି ପାଇଥିଲେ । ଡେପୁଟି ଲୋକାୟୁକ୍ତଙ୍କ କାର୍ଯ୍ୟକାଳ ୮ ବର୍ଷ । ଆଜି ଡେପୁଟି ଲୋକାୟୁକ୍ତ ଭାବେ ଶପଥ ନେଇଥିବା ଶ୍ରୀ ଯାଦବ ୨୦୨୦ ସେପ୍ଟେମ୍ବର ୩୦ରେ ବହୁଚର୍ଚ୍ଚିତ ବାବ୍ରୀ ମସଜିଦ୍ ଭଙ୍ଗା ଘଟଣାର ରାୟ ପ୍ରକାଶ କରିଥିଲେ । ଏହି ସମୟରେ ସେ ସମସ୍ତ ୩୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ଏହି ଅଭିଯୁକ୍ତଙ୍କ ମଧ୍ୟରେ ଏଲକେ ଆଡଭାନୀ, ଏମଏମ ଯୋଶୀ, ଉମା ଭାରତୀ ଓ କଲ୍ୟାଣ ସିଂହଙ୍କ ପରି ହେଭିୱେଟ ରାଜନେତା ରହିଥିଲେ । ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସଜିଦକୁ ଭଙ୍ଗା ଯାଇଥିଲା । ତଥାପି ଏହି ଘଟଣାରେ କାହାକୁ ବି ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ।

Leave A Reply

Your email address will not be published.