ଗଣମାଧ୍ୟମରେ ପ୍ରକାଶ ପରେ ଜ଼ିଲ୍ଲା ପ୍ରଶାସନ ର ତତ୍ପରତା

0 70

କୋରାପୁଟ: ଗତ କିଛିଦିନ ତଳେ 2380 ମିଟର ରାସ୍ତାକୁ 6ବର୍ଷ ଅବଧି ଶୀର୍ଷକ ଥାଇ ନନ୍ଦପୁର ମର୍ଡର ଏମଡିଆର 55 ଠାରୁ ଅର୍ଲାବପୁଟ PMGSY ରାସ୍ତା ନିର୍ମାଣ ରେ ଅନିୟମିତତା ସମ୍ପର୍କେ ଖବର ପ୍ରସାରଣ ହୋଇଥିଲା। ଏବଂ ପୂର୍ବତନ ସରପଞ୍ଚ ଶ୍ରୀ କେଶବ ଖରା, ଶ୍ରୀ ଜୟରାମ ଭୋଇ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ଵରାନିତ ନହେଲେ ରାସ୍ତା ରୋକ୍ କରିବାକୁ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇ ଦାବି ପତ୍ର ପ୍ରଦାନ କରିଥିଲେ । ଯାହା ଫଳରେ ଜିଲ୍ଲା ପ୍ରଶାସନ ଙ୍କ ପକ୍ଷରୁ  କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି । ଆଜି ରାସ୍ତା କାମ ଆରମ୍ଭ କରାଯାଇଥିବା ଦେଖିବା ପାଇଁ ମିଳୁଛି। ଏହା ଗଣମାଧ୍ୟମ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ପୂର୍ବତନ ସରପଞ୍ଚ ଶ୍ରୀ କେଶବ ଖରା କହିବା ସହିତ  ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ନନ୍ଦପୁର ଓ ହିକିମପୁଟ ପଞ୍ଚାୟତର ଲୁଯିଙ୍ଗ, ମୁଡୁଲିପୁଟ, ହାଡପୁଟ ଗ୍ରାମର 1000 ରୁ ଉର୍ଦ୍ଧ ଗ୍ରାମବାସୀ ଉପକୃତ ହେବେ ବୋଲି କହିଛନ୍ତି ।

Leave A Reply

Your email address will not be published.