ସୌର ଚାଳିତ ଜଳ ଯୋଗାଣ ବ୍ୟବସ୍ଥା ଥାଇ ମଧ୍ୟ ଚୁଆ ପାଣି ଭରସା

0 75

କୋରାପୁଟ: ନନ୍ଦପୁର ବ୍ଲକ ଅନ୍ତର୍ଗତ କମାର ବେଲଗାଁ ପଞ୍ଚାୟତ ର ସଦର ମହକୁମା କମାର ବେଲଗାଁ ଗ୍ରାମରେ 112 ଟି ପରିବାର  432 ଗ୍ରାମବାସୀ  ବସବାସ କରୁଛନ୍ତି। ପାନୀୟ ଜଳ ନିମନ୍ତେ ସରକାରୀ ଭାବେ 5ଗୋଟି ନଳକୂପ ଗ୍ରାମ ମଧ୍ୟରେ ଖୋଳା ଯାଇଛି ତା ସହିତ ଏକ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ରହିଛି । କିନ୍ତୁ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ 5ଗୋଟି ନଳକୂପ ଓ ସୋଲାର ପାଇପ ମରାମତି ହୋଇ ନ ପରିବା ଯୋଗୁ ଗ୍ରାମବାସୀ ବାଧ୍ୟ ହୋଇ  ଚୁଆ ପାଣି ବ୍ୟବହାର କରୁଛନ୍ତି । ନଳକୂପ ଗୁଡିକରୁ ଅନୂନ୍ୟ ଶହେ ଥର ମାରିବା ପରେ 4/5 ଗରା ପାଣି ବାହାରୁଛି,  ସେହିଭଳି ସୋଲାର ପାଇପ ପାଣି ପାଇଁ ଦିଆଯାଇଥିବା  ଗୋଟିଏ ମାତ୍ର ପଏଣ୍ଟ  ଅଚଳ ଯୋଗୁ ଗ୍ରାମର ସମସ୍ତ ମହିଳା ସରପଞ୍ଚ ଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣାପାତ କରୁନଥିବା ଅଭିଯୋଗ କରୁଛନ୍ତି। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର ନଳକୂପ ଏବଂ ସୋଲାର ପାଇପ ମରାମତି କାର୍ଯ୍ୟ କରିବାକୁ ଗ୍ରାମବାସୀ ମାନେ ଅନୁରୋଧ କରୁଛନ୍ତି।

Leave A Reply

Your email address will not be published.