ତେଲେଙ୍ଗାନାରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟର ହାଇଦର

66

ଭୁବନେଶ୍ୱର: କଟକ ଏସ୍ସିବିରୁ ଫେରାର୍ ଗ୍ୟାଙ୍ଗଷ୍ଟର ହାଇଦରକୁ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ୍ମିଟରେ ସୂଚନା ଦେଇଛନ୍ତି । ହାଇଦରକୁ ତେଲଙ୍ଗାନାରୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଧରିଛି । କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲଙ୍ଗାନା ପୋଲିସ ସହଯୋଗରେ ତଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରିଛି । ଶେଖ୍ ହାଇଦର ୧୬ବର୍ଷ ଧରି ଜେଲରେ ଥିଲା । ଚିକିତ୍ସା ବାହାନାରେ ୨୩ ମାର୍ଚ୍ଚରେ ହାଇଦର କଟକ ଏସ୍ସିବିରେ ଭର୍ତ୍ତି ହୋଇଥିଲା । ଏପ୍ରିଲ୍ ୧୦ ତାରିଖ ୪ଟା ୩୦ ପାଖାପାଖି ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା । ହାଇଦରକୁ ଧରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ସହ ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ହାଇଦରକୁ ଧରିବା ପାଇଁ ରେଡ୍ କରିଥିଲା । ତେଲଙ୍ଗାନା ପୋଲିସ ସହାୟତାରେ ଆଜି ହାଇଦରକୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଖୁବ୍ଶୀଘ୍ର ହାଇଦରକୁ ଓଡ଼ିଶା ଅଣାଯାଇ କୋର୍ଟରେ ପ୍ରଡ୍ୟୁସ୍ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Comments are closed.