ଶନିବାର ଦୋକାନ ବଜାର ହେଲା ସଟଡ଼ାଉନ

0 61

ଧର୍ମଗଡ଼,୧୫/୦୪ : କରୋନା ଗ୍ରାଫ ବର୍ତ୍ତମାନ ଦ୍ରୁତ ପରିମାଣ ରେ ଉପର ମୁହାଁ ହେବାରେ ଲାଗିଛି । ଧର୍ମଗଡ଼ ସହର ରେ ଏବେ କରୋନା ସଂଖ୍ୟା ବର୍ତ୍ତମାନ ସତକ ପାର କରିସାରିଲେଣି । ସହର ତଥା ଆଖପାଖ ଅଂଚଳ ରେ ବୃଦ୍ଧି ପାଉଥିବା ସଂକ୍ରମଣ କୁ ଆଖି ଆଘରେ ରଖି ଧର୍ମଗଡ଼ ସହର ମଧ୍ୟ ରେ ଥିବା ବ୍ୟବସାୟୀ ପ୍ରତିଷ୍ଠାନ କୁ ସପ୍ତାହନ୍ତ ଶନିବାର ଓ ରବିବାର ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ବ୍ୟତୀତ ସରକାରଙ୍କ ଦ୍ଵାରା ମଧ୍ୟ ସୀମାନ୍ତବର୍ତ୍ତି ଅଞ୍ଚଳ ମାନଙ୍କୁ କଡ଼ାକଡ଼ି ନିୟମ ପାଳନ କରି ସଟଡାଉନ ଓ କର୍ଫ୍ୟୁ ବ୍ୟବସ୍ଥା କରାଜିଛି । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ରେ ସହର ତଥା ସହର ବାହାରୁ ଆସୁଥିବା ଲୋକଙ୍କ ସହିତ ବ୍ୟବସାୟୀ ଙ୍କ ସିଧାସଳଖ ସମ୍ପର୍କ ରହୁଛି । ବିଭିନ୍ନ ଲୋକଙ୍କ ସମ୍ପର୍କ ରେ ଆସୁଥିବା ବ୍ୟବସାୟୀ ମାନଙ୍କୁ ଏହି ପରିସ୍ଥିତି ରେ ସଂକ୍ରମଣ ର ଆଶଙ୍କା ବେଶୀ ରହିଥିବାରୁ ଆଶଙ୍କା ବହୁତ ରହିଛି। ଦ୍ରୁତଗତି ରେ ଚାଲିଥିବା ଚେନ କୁ ଭାଙ୍ଗିବା ପାଇଁ ଆସନ୍ତା ଶନିବାର ଓ ରବିବାର ସହର ର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ କୁ ବନ୍ଦ କରିବାକୁ ଏବଂ ସ୍ଥିତି ସାମାନ୍ୟ ହେବା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ କୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ସଙ୍ଘ ପକ୍ଷ ରୁ ନିଷ୍ପତ୍ତି ନିଆଯାଇଥିଲା ।ଆଜି ସମସ୍ତେ ନିୟମ ମାନି ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ମାନଙ୍କୁ ବନ୍ଦ କରିଥିଲେ । ତଥା ଗତକାଲି ଧର୍ମଗଡ଼ ଏନଏସି ପକ୍ଷରୁ ମଧ୍ୟ ସଟଡାଉନ ଙ୍କୁ ସମସ୍ତ ଜନସାଧାରଣ କଡ଼ାକଡ଼ି ପାଳନ କରିବା ନିମନ୍ତେ ବିଜ୍ଞପ୍ତି ଜାରିକରାଯାଇଛି ।

Leave A Reply

Your email address will not be published.