3 ଟି ହତ୍ୟା ମାମଲାର ଟେର ପାଉନି ପୋଲିସ

0 61

କୋରାପୁଟ: କିଛି ଦିନ ତଳେ ନନ୍ଦପୁର ଥାନାରେ ଗୁଲେଲ ଗ୍ରାମର ଜଣେ 25 ବର୍ଷୀୟ ମହିଳା ଶ୍ରୀମତୀ ଦାସୁ ସେନାପତି ନିଖୋଜ ହେବାର 8ଦିନ ପରେ ସ୍ବାମୀ ଦଶରଥ ସେନାପତି ଥାନାରେ ଏକ ନିଖୋଜ ମାମଲା  ଅଭିଯୋଗ କରିଥିଲେ, ଥାନାଧିକାରୀ କେସ ନମ୍ବର 02/2021 ରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ, କିନ୍ତୁ ଠିକ୍ 2ଦିନ ପରେ ଉକ୍ତ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ନିକଟସ୍ଥ ଜଙ୍ଗଲରୁ ମିଳିବା ପରେ ପୁନଃ ସ୍ଵାମୀଙ୍କ ଏତଲା କୁ ଭିତ୍ତି କରି ପାରିପାର୍ଶିକ ଅବସ୍ଥିତି କୁ ବିଚାର କୁ ନେଇ କେସ no 1/2021 ତା 03/03/2021 ପ୍ରକାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା.ସେହିଭଳି ନନ୍ଦପୁର ଥାନା ଅନ୍ତର୍ଗତ ପରଟା ଗ୍ରାମର ଜଣେ 19ବର୍ଷର ବାଳକର ଶବ ଗ୍ରାମ ନିକଟସ୍ଥ ରେଳ ଧାରଣା ରୁ ଗତ 28/03/2021 ମିଳିଥିଲା, ପିତା ଗୁପ୍ତ ଗୋଲୋରୀଙ୍କ ଅଭିଯୋଗ କ୍ରମେ ଏତଲା କୁ ଭିତ୍ତି କରି ନନ୍ଦପୁର ପୋଲିସ କେସ no 28/2021 ରେ ମାମଲା ରୁଜୁ କରି ସନ୍ଧାନୀ କୁକୁର, saintific ଟିମ୍ Sdpo ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ତଦନ୍ତ ଆରମ୍ଭ କରିଥିଲା, ସେହିଭଳି ଗତ ତା 03/04/2021 ରିଖ ଏକ ଅଜଣା ବ୍ୟକ୍ତିଙ୍କ ଶବ କୁଲାବିର୍ ଗାଁ ନିକଟସ୍ଥ ପାତାଳୀ ନଦୀରେ ଭାସୁଥିବା ଖବର ପାଇ ଦୀର୍ଘ 18ଘଣ୍ଟା ପରେ ଶବଟିକୁ ଉଧାର କରି ପାଡ଼ୁୁଆ ପୋଲିସ ଏକ ମାମଲା ନିଜ ଆଡୁ ଦାୟର କରି କେସ no 6/2021 ପ୍ରକାରେ ତଦନ୍ତ ଆରମ୍ଭ କରିଥିଲା ମୃତକ ପିନ୍ଧିଥିବା ପ୍ୟାଣ୍ଟ୍ ପକେଟ୍ ରୁ ମିଳିଥିବା ATM କାର୍ଡ ରୁ ସେ ଶ୍ରୀ ବିନୋଦ ଭତ୍ରା ବୋଲି ପରିଚୟ ମିଳିଥିଲା ଏବଂ ପାରିପାର୍ଶିକ ଅବସ୍ଥିତି ଓ ମୃତ ଶରୀରକୁ ଅନୁଧ୍ୟାନ କରି ଏହା ଏକ ହତ୍ୟା ମାମଲା ସହିତ  କୋରାପୁଟରୁ ସନ୍ଧନୀ କୁକୁର ଅଣାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା, କିନ୍ତୁ କିଛି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଦେଖିବା ପାଇଁ ମିଳୁଛି.SDPO ଶ୍ରୀ ସଞ୍ଜୟ ମହାପାତ୍ରଙ୍କୁ ପଚାରିବାରୁ ସେ ତଦନ୍ତ ଚାଲିଛି  ଯଥାଶୀଘ୍ର ଦୋଷୀଙ୍କୁ ଧରାଯିବ କହି ଚୁପ୍ ରହୁଛନ୍ତି ତା ସହିତ ତଦନ୍ତ କରୁଥିବା ଅଧିକାରୀ ବି ଚୁପ. ପୋଲିସ  କେବଳ କରୋନା ନାଁ ରେ ମାସ୍କ, ଓ ଯାନ ବାହନ ଯାଞ୍ଚ ଆଳରେ ସାଧାରଣ ଗରିବ ଖଟିଖିଆ ମାନଙ୍କୁ ଲୁଣ୍ଠନ କରୁଥିବାର ଅଞ୍ଚଳ ବାସୀ ଅଭିଯୋଗ କରୁଛନ୍ତି.ଯାହା ଫଳରେ ଦିନ କୁ ଦିନ  ହତ୍ୟା ବଢ଼ିବାରେ ଲାଗିଛି ଟ ସହିତ ସାଧାରଣ ଲୋକଙ୍କ ର ପୋଲିସ ଉପରେ ଆଶା ଓ ବିଶ୍ୱାସ ତୁଟି ଯାଉଛି.ଯଥା ସମ୍ଭବ ଅପରାଧୀ ମାନଙ୍କୁ ଧରିବା ସହିତ ମୂର୍ତ୍ୟୁ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଞ୍ଚଳ ବାସୀ ଦାବି କରୁଛନ୍ତି.

Leave A Reply

Your email address will not be published.