କୋରାପୁଟ ଜ଼ିଲ୍ଲାରେ ସପ୍ତାହନ୍ତ ସଟଡାଉନ

0 70

କୋରାପୁଟ: ରାଜ୍ୟରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଓଡିଶା ସରକାର ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି। କୋରାପୁଟ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ର ପ୍ରଥମ ଦିନରେ କୋରାପୁଟ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବା ପାଇଁ ମିଳିଛି. ଯାତ୍ରୀ ସଂଖ୍ୟା ହ୍ରାସ ପାଇବ ବୋଲି ସନ୍ଦେହ କରି ସ୍ଥାନୀୟ ବେସରକାରୀ  ବସ ଚଳାଚଳ ସମ୍ପୂର୍ଣ ରୂପେ  ବନ୍ଦ ରହିଥିବା ବେଳେ କିଛି ସରକାରୀ ବସ ଯାତାୟାତ କରିଥିଲା.ମାଲକାନଗିରି ଯିବାକୁ ଥିବା ଯାତ୍ରୀମାନେ କୋରାପୁଟ ବସଷ୍ଟାଣ୍ଡ ରେ  ବସକୁ ଅପେକ୍ଷା କରିଥିବାର ଦେଖିବା ପାଇଁ ମିଳିଥିଲା. ଆଉ କିଛି ଅମାନିଆ ବାହାରେ ବୁଲାବୁଲି କରୁଥିବା ରୁ ସେମାନଙ୍କୁ ପୋଲିସ ଦ୍ୱାରା ସଚେତନତା କରାଯାଇଥିଲା. ପୋଲିସ କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ,ଉପଜିଲ୍ଲାପାଳ , ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ସହର ମଧ୍ୟରେ ପରିକ୍ରମା କରି ସ୍ଥିତି ଯାଞ୍ଚ କରିଥିଲେ ଓ ସରକାରଙ୍କ ନିର୍ଦ୍ଦେଶକୁ ସହର ବାସୀ ପାଳନ କରୁଥିବା କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ଗୁଣନିଧି ମଲ୍ଲିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.