ଆଜି ଠାରୁ କଟକଣା ଆରମ୍ଭ

0 65

ଆନ୍ଧ୍ରରୁ ଗଜପତି ଆସିଲେ ୭୨ ଘଣ୍ଟାର ପଜିଟିଭ ରିପୋର୍ଟ କିମ୍ବା ୨ଥର ଟିକା ନେବା ପ୍ରମାଣପତ୍ର ଆବଶ୍ୟକ


ପାରଳାଖେମୁଣ୍ଡି, ୧୭ା୪ : ଗଜପତି ଜିଲ୍ଲାକୁ ଆନ୍ଧ୍ର ପ୍ରଦେଶ କିମ୍ବା ଅନ୍ୟ କୌଣସି ରାଜ୍ୟରୁ ଆନ୍ଧ୍ର ପରିସୀମା ଦେଇ ଗଜପତି ଜିଲ୍ଲାକୁ ଯେ କୌଣସି ବ୍ୟକ୍ତି ପ୍ରବେଶ କରିବା ନେଇ ଆଜି ଠାରୁ ବିଭିନ୍ନ କଟକଣା ଆରମ୍ଭ ହୋଇଯାଇଛି । ଏହି ଜିଲ୍ଲାର ଲାବାଣ୍ୟଗଡ, ଢାମୁଣୀଗାଁ, ଭିସ୍ତଳା, ପାରଳା ସହରର ଉପକଣ୍ଠସ୍ଥ ମହେନ୍ଦ୍ର ତନୟା ନଦୀ ପାଶ୍ୱର୍ରେ ଥିବା ନାକା ପଏଣ୍ଟ ସହ ସମସ୍ତ ଆନ୍ଧ୍ର ସୀମାନ୍ତରେ ଥିବା ନାକା ପଏଣ୍ଟ ଗୁଡିକରେ ପୋଲିସ ଓ ପ୍ରଶାସନ କର୍ମଚାରୀଙ୍କୁ ଆଜି ଠାରୁ ସମସ୍ତ କଟକଣା ଜାରି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଏସ୍ପି ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ତଥା ଦାୟିତ୍ୱରେ ଥିବା ଏଡିଏମ୍ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ଏ ସମସ୍ତ ନାକା ପଏଣ୍ଟ ଅଞ୍ଚଳକୁ ଗ୍ରସ୍ତ କରି କଟକଣା ନେଇ ଅନୁଧ୍ୟାନ କରିବା ସହ ଏ ନେଇ ଯିବା ଆସିବା କରୁଥିବା ଯାନବାହାନ ଓ ଜନ ସାଧାରଣଙ୍କୁ କଟକଣାର ସମସ୍ତ ବିଷୟକୁ ଜଣାଇଛନ୍ତି । ଆନ୍ଧ୍ର କିମ୍ବା ଅନ୍ୟ କୌଣସି ରାଜ୍ୟରୁ ଆନ୍ଧ୍ର ପରିସୀମା ଦେଇ ଗଜପତି ଜିଲ୍ଲାକୁ ଯେ କୌଣସି ବ୍ୟକ୍ତି ପ୍ରବେଶ କଲେ ସେମାନଙ୍କ ପାଖରେ ୭୨ଘଣ୍ଟା ମଧ୍ୟରେ ଥିବା ପଜିଟିଭ ରିପୋର୍ଟ କିମ୍ବା ଦୁଇ ଥର କରୋନା ପ୍ରତିଷେଧକ ଟିକା ନେଇଥିବା ଭଳି ପ୍ରମାଣପତ୍ର ଆବଶ୍ୟକ । ଏହା ନଥିଲେ ଗଜପତି ଜିଲ୍ଲାକୁ ପ୍ରବେଶ କରୁଥିବା ଲୋକଙ୍କୁ ନାକା ପଏଣ୍ଟ ଠାରେ ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଦ୍ୱାରା ନିରୀକ୍ଷଣ କରାଯିବ । ଯେଉଁ ଲୋକଙ୍କ ଠାରେ କରୋନା ସଂକ୍ରମିତ ବିିଭିନ୍ନ ଲକ୍ଷଣରୁ ଗୋଟିଏ ଲକ୍ଷଣ ଦେଖା ଗଲେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ପରୀକ୍ଷା କରାଯିବ । ଯଦି ପଜିଟିଭ୍ ରିପୋର୍ଟ ଆସିଲା ତେବେ ତାଙ୍କୁ ଘରକୁ ଛଡା ନଯାଇ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରି ଆବଶ୍ୟକୀୟ ଚିକିତ୍ସା ଦିଆଯିବ । ଆଉ ଯେଉଁ ଯାତ୍ରୀଙ୍କ ଠାରେ କରୋନା ରୋଗର କୌଣସି ଲକ୍ଷଣ ପରିଲକ୍ଷିତ ନଥିବ ସେମାନଙ୍କୁ ନିଜ ନିଜର ଘରେ ଏକ ସପ୍ତାହ ପାଇଁ ହୋମ ଆଇସୋଲେସନ ଭାବେ ବାଧ୍ୟତା ମୂଳକ ରହିବା ପାଇଁ ନିର୍ଦ୍ଦେଶ ଦେଇ ପଠାଯିବ । ଏସବୁ ଯେପରି ଅତ୍ୟନ୍ତ କଡାକଡି ଭାବେ ପାଳନ କରାଯିବ ସେଥି ପାଇଁ ଜିଲ୍ଲାପାଳ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.