ଗଜପତିରେ ବେଆଇନ ରନ୍ଧା ମଦ ଜବତ, ଜଣେ ଗିରଫ

0 71

ପାରଳାଖେମୁଣ୍ଡି, ୧୭ା୪ : ଗଜପତି ଜିଲ୍ଲାରେ ବେଆଇନ ମଦ ରନ୍ଧା ବେଳେ ଚଢାଉ କରାଯାଇ ଜଣକୁ ଗିରଫ କରାଯାଇଛି । ଜିଲ୍ଲାପାଳ ଅନୁପମ ସାହା ଓ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ବ୍ଲକର ସିଙ୍ଗିପୁର, ସିରିଡା, ବୁର୍ତ୍ତିଗୁଡା ଆଦି ଗ୍ରାମରେ ଚଢାଉ କରାଯାଇ ୨୮୦ ଲିଟର ବେଆଇନ୍ ରନ୍ଧା ମଦ ଜବତ କରାଯାଇଥିବାର ଜଣାପଡିଛି । ଏହାସର ୩୮୦୦ କେଜି ଗୁଡ ମହୁଲ ଓ ପୋଚ ଆଦି ନଷ୍ଟ କରି ଦିଆଯାଇଥିବାର ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ମଦ ଚାଲାଣରେ ବ୍ୟବହୃତଏକ ଅଟୋ (ଏପି୩୦ ଡବ୍ଲ୍ୟୁ ୭୭୯୯)କୁ ଜବତ କରିବା ସହ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରର କାବିଟି ସାହିର ବାସିନ୍ଦା ଗାଣ୍ଟାମାଳତୀ ରାଓଙ୍କୁ ଗିରଫ କରାଯାଇଛି । ଏହି ଚଢାଉରେ କାଶୀନଗର ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ ହୋଇଥିଲା । ଇନ୍ସ୍ପେକ୍ଟର ପଦ୍ମ ଚରଣ ସାହୁଙ୍କ ନେତୃତ୍ୱରେ ସବଇନିସ୍ପେକ୍ଟର ଚନ୍ଦ୍ର ଶେଖର ପଡିଆରି, ମୋବାଇଲ୍ ୟୁନିଟର ଏଏସ୍ଆଇ କିଶୋର ଚନ୍ଦ୍ର ରଥ, ମୋଜନି ଶବର, ଚିତ୍ତ ରଂଜନ ଜେନା, କାହ୍ନୁ ଚରଣ ବଡଦଳାଇ, ପ୍ରେମାନନ୍ଦ ଗୌଡ ପ୍ରମୁଖ ଚଢାଉରେ ଭାଗ ନେଇଥିଲେ ।

Leave A Reply

Your email address will not be published.