ଜୟପୁର ଉପ କାରାଗାରରେ ପୋଲିସ ର ଚଢ଼ାଉ

0 66

କୋରାପୁଟ: ଜୟପୁର ସହର ରେ ଥିବା ଉପକାରାଗାର ଉପରେ ଭୋର 5ଟା ସମୟରେ କୋରାପୁଟ ଏସପି ଙ୍କ ସହିତ ଜୟପୁର ଉପଜ଼ିଲ୍ଲାପାଳ ସମେତ ଜୟପୁର ଟାଉନ  ସଦର ପୋଲିସ ସହିତ ବୈପାରୀଗୁଡା  ଓ ବାରିଗୁମ୍ମା  ପୋଲିସ ର ମିଳିତ ସହାୟତାରେ ଏହି ଚଢ଼ାଉ କରାଯାଇଥିଲା। ଏହି ଉପକାରାଗାର ରେ ଦୁର୍ଦାନ୍ତ ଅପରାଧୀ ଠାରୁ ଆରମ୍ଭ କରି ଗଞ୍ଜେଇ ମାଫିଆ ପର୍ଯ୍ୟନ୍ତ ସଜା କାଟୁଛନ୍ତି। କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲି କୌଣସି ସୂତ୍ରରୁ ଖବର ପାଇଁ ରାତି ଅଧିଆ  ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ 18,000 ଟଙ୍କା ସହିତ ଗୋଟେ ମୋବଇଲ ଫୋନ ଗୋଟେ ପେନ ଡ୍ରାଇଭ ସହିତ ଜିମ ଉପକରଣ ମାନ ମିଳିଥିଲା। ଏତେ ସିକୁରିଟି ସହିତ ସିସିଟିଭି ଥାଇ ମଧ୍ୟ ଏ ସବୁ ସାମଗ୍ରୀ କେମିତି ଜେଲ ମଧ୍ୟକୁ ପ୍ରବେଶ କଲା ଏହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି.କଛି ଦିନ ପୂର୍ବରୁ ଜୟପୁର ଜେଲ ରେ ହେଉଥିବା ସମସ୍ତ ଉର୍ନ୍ନତି ମୂଳକ କାର୍ଯ୍ୟ  ଯଥା କଏଦୀ ମାନଙ୍କୁ ନୀତି ଶିକ୍ଷା ଦିଆ ଯିବା ସହିତ ଖେଳ, ବ୍ୟୟାମ ଓ ସ୍ୱାସ୍ଥ୍ୟ ର ଯତ୍ନ ନେବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦେଉଥିଲେ ଜେଲ ର ପରିଚାଳକ. କେହି ଜନ୍ମ ରୁ ଅପରାଧୀ ହୋଇନଥାନ୍ତି ପରିସ୍ଥିତି ଓ ପରିବେଶ ଭିତରେ ଅପରାଧୀ ବନିଥାନ୍ତି. ଅପରାଧୀ ମାନଙ୍କ ମନରୁ ହିଂସା ପିତିହିତ କରିବା ପାଇଁ ପ୍ରବଚନ ସହିତ ମେଳା ମଧ୍ୟ କରାଯାଇଥାଏ। ଜେଲ ର ପରିଚାଳକ ଜେଲ କୁ ନିଜ ଘରଭଳି  ଭାବି ଦିନ ରାତି ଏକା  କାର କରି  ଏକ ଆଦର୍ଶ ଉପ କାରାଗାର ରୂପରେ ଗଢିବା ପାଇଁ ଲାଗିପଡ଼ିଥିଲେ. ଏହି ସବୁ ମହତ କାର୍ଯ୍ୟ ପାଇଁ ବହୁଥର ରାଜ୍ୟ ସରକାରଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି। ଜେଲ ର କଛି କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ କଳାପ ପାଇଁ ଏହା ଘଟିଛି ବୋଲି ଜେଲ ପରିଚାଳକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି। ଆଗାମୀ ଦିନରେ ସମସ୍ତ ତଥ୍ୟକୁ ଭିତିକରି ପ୍ରକୃତ ଦୋଷୀ କୁ ଉଚିତ ଦଣ୍ଡ ବିଧାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.