ସାନିଟାଇଜ୍ ହେଲା ଶ୍ରୀମନ୍ଦିର : ଆସନ୍ତା କାଲିଠୁ ଲାଗୁ ହେବ ନୂଆ ଏସଓପି

0 69

ପୁରୀ : ଆଜି ରବିବାରରେ ଶ୍ରୀମନ୍ଦିର ଭିତର ଓ ବାହାର ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଛି । ପୂର୍ବ ନିଷ୍ପତି ଅନୁଯାୟୀ କେବଳ ରବିବାର ଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯିବା ସହ ସାନିଟାଇଜ୍ କରାଯିବା ପାଇଁ ମୁଖ୍ୟ ପ୍ରଶାସକ ଘୋଷଣା କରିଥିଲେ । ଶ୍ରୀମନ୍ଦିରର ଚାରିଦ୍ୱାର ଓ ତତସଂଲଗ୍ନ ବ୍ୟାରିକେଡ଼୍‌, ଭକ୍ତ ସେଡ୍ ଆଦି ସ୍ଥାନ ଗୁଡିକ ସାନିଟାଇଜ୍ କରାଯାଇଛି । ଆସନ୍ତାକାଲି ଠାରୁ ନୂଆ ଏସଓପି ଅନୁଯାୟୀ ପ୍ରତ୍ୟେକ ସପ୍ତାହରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଭକ୍ତ ମାନେ ଦର୍ଶନ କରିପାରିବେ । ୨୪ ତାରିଖ ଠାରୁ ପ୍ରତି ଶନିବାର ଓ ରବିବାର ଦୁଇ ଦିନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ । ହେଲେ ସେବାୟତଙ୍କ ଦ୍ୱାରା ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାବିଧି ଜାରୀ ରହିବ ।

Leave A Reply

Your email address will not be published.