ମନମୋହନ ସିଂହଙ୍କୁ କରୋନା

0 63

ନୂଆଦିଲ୍ଲୀ, ୧୯ ।୪: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ୍ କଂଗ୍ରେସ ନେତା ମନମୋହନ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ସେ କରୋନାରେ ପଜିଟିଭ୍ ହୋଇଥିବା ନେଇ ସୂଚନା ମିଳିଛି । ଏହାପରେ ତାଙ୍କୁ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏବେ ସେ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଗତକାଲି କୋଭିଡ୍ ମୁକାବିଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ଟିକାକରଣକୁ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ । କେତେଜଣ ଟିକା ନେଇଛନ୍ତି ସେ ବାବଦରେ ଗୁରୁତ୍ୱ ଦେବା ପରିବର୍ତ୍ତେ କେତେ ପ୍ରତିଶତ ଟିକାକରଣ ହୋଇଛି ସେ ନେଇ ଗୁରୁତ୍ୱ ଦେବା ଦରକାର ବୋଲି ମନମୋହନ ସିଂହ କହିଥିଲେ । କରୋନା ମହାମାରୀ ପାଇଁ ଅନେକ ଲୋକ ଜୀବିକା ହରାଇଛନ୍ତି । ଅନେକ ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ମଧ୍ୟ ଏହି ମହାମାରୀ ଠେଲି ଦେଇଛି । ଏବେ ଦ୍ୱିତୀୟ ଲହର ଆସିଛି ଯାହାକି ପୂର୍ବ ଅପେକ୍ଷା ଅଧିକ ପ୍ରଭାବଶାଳୀ । ଏବେ ଲୋକମାନେ ଏହି ମହାମାରୀରୁ କେବେ ରକ୍ଷା ପାଇବେ ବୋଲି ପଚାରୁଛନ୍ତି । ତେଣୁ ଏହାର ମୁକାବିଲା ପାଇଁ ଆମକୁ ଅନେକ ପଦକ୍ଷେପ ନେବାକୁ ହେବ । କିନ୍ତୁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତୀବ୍ର କରିବାକୁ ହେବ । ଯାହାକି ମୋଟ୍ ପ୍ରୟାସର ଏକ ବଡ଼ ଅଂଶ ହେବ ବୋଲି ସେ କହିଥିଲେ । ଏବେ ଏହାର ଜବାବ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଆପଣ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଆପଣଙ୍କ ଦଳ କଂଗ୍ରେସ ନେତା ମାନିବେ ତାହେଲେ ଇତିହାସ ଆପଣଙ୍କ ପାଖରେ କୃତଜ୍ଞ ରହିବ । ସେ କହିଛନ୍ତି, ଆପଣ ଯେଉଁଭଳି ଭାରତ ପାଇଁ ଚିନ୍ତିତ ସରକାର ମଧ୍ୟ ସମାନ ଚିନ୍ତା କରୁଛନ୍ତି । କେତେ ସଂଖ୍ୟାରେ ଲୋକ ଟିକା ନେଇଛନ୍ତି ବୋଲି ସରକାର ଗୁରୁତ୍ୱ ଦେବା ଅପେକ୍ଷା କେତେ ପ୍ରତିଶତ ଲୋକ ଟିକା ନେଇଛନ୍ତି’ ମନମୋହନଙ୍କ ଏହି ଅଂଶକୁ କାଉଣ୍ଟର କରି ହର୍ଷବର୍ଦ୍ଧନ ମନମୋହନଙ୍କୁ କହିଛନ୍ତି, ଆପଣଙ୍କ ଦଳର ନେତାଙ୍କୁ ଏହି ପରାମର୍ଶ ଦେବା ଦରକାର ।

Leave A Reply

Your email address will not be published.