କୁମ୍ଭମେଳା ଫେରନ୍ତା ଙ୍କ ଉପରେ ସ୍ବତନ୍ତ୍ର ନଜର ରଖୁଛି ବ୍ଲକ ପ୍ରଶାସନ

0 71

ପଦ୍ମପୁର : ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ପ୍ରତିଦିନ କରନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଛି ଆଜି ର ୮୫ ଆକ୍ରାନ୍ତ ଚିନ୍ହିଟ ହେଇଥିଲା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୯୦୮୦, ଏଭଳି ସମୟରେ ଉତ୍ତରାଖଣ୍ଡ କୁମ୍ଭ ମେଳା କୁ ପଦ୍ମପୁର ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ଘଟଣା ବ୍ଲକ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। କୁମ୍ଭମେଳା ରେ ଯୋଗ ଦେଇଥିବା ଶ୍ରଦ୍ଧାଳୁ ଙ୍କୁ ନେଇ ଲୋକଙ୍କ ମନରେ ଡର ବଢ଼ାଇ ଦେଇଛି। ସୂଚନା ଅନୁଯାୟୀ ପଦ୍ମପୁର ବ୍ଲକରେ ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଙ୍କ ସର୍ଭେରୁ ୧୧୮ ରୁ ଉର୍ଦ୍ଧ୍ବ ଜଣ ଶ୍ରଦ୍ଧାଳୁ କୁମ୍ଭମେଳା କୁ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୩ ଜଣ ଶ୍ରଦ୍ଧାଳୁ କୁମ୍ଭମେଳା ରୁ ଫେରିଥିବା ଜଣା ପଡୁଛି। ପଦ୍ମପୁର ବ୍ଲକ ପ୍ରଶାସନ କୁମ୍ଭମେଳା ଫେରନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛି। ଫେରନ୍ତା ୫୩ ଜଣ ଶ୍ରଦ୍ଧାଳୁ ମାନଙ୍କ ଆର୍ଟିଫିସିୟଲଟେଷ୍ଟ କରିବା ସହ ସେମାନଙ୍କୁ ଆଇସୋଲେସନରେ ରଖିବାର ବ୍ୟବସ୍ଥା ବ୍ଲକ ପ୍ରଶାସନ କରିଛି। ପଦ୍ମପୁର ବିଡ଼ିଓ ଦୟାମୟ ପାଢ଼ୀ ଙ୍କୁ ଯୋଗା ଯୋଗ କରିବାରୁ ସେ କହିଛନ୍ତି। କୁମ୍ଭମେଳା ଫେରନ୍ତା ହେଉକି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକ ଙ୍କ ଉପରେ ନଜର ରଖି ପ୍ରଶାସନ କୁ ଜଣାଇବା ପାଇଁ ପ୍ରତି ୱାର୍ଡ ରୁ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଛି। ତହସିଲଦାର ନୀଳମାଧବ ମାଝୀ ଓ ବ୍ଲକ କୋଭିଡ ନୋଡାଲ ଅଫିସର ପ୍ରଭାକର ମଲ୍ଲିକ ଫେରନ୍ତା ମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖି ସେମାନଙ୍କ କୋଭିଡ ପରୀକ୍ଷା ଓ ଆଇସୋଲେସନରେ ରହିବାର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ପ୍ରତି ୱାର୍ଡ ର ସଭ୍ୟ ମାନଙ୍କୁ ନେଇ ବାରମ୍ବାର ସଚେତନତା ବ୍ୟଠକ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁଦିନ କରନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏଭଳି ସ୍ଥିତିରେ ସରକାର ଓ ଜିଲ୍ଲା ପ୍ରଶାସନ ଚିକିତ୍ସା କରିବା ପାଇଁ ଅଧିକ ରୁ ଅଧିକ ସଜାଗ ରହିବା ଦରକାର, ତଥା ଜନସାଧାରଣ ମଧ୍ୟ ନିଜକୁ ସଜାଗ ରହିବା ସହ ନିଜ ପରିବାରର ଯତ୍ନ ନେବା ଆବଶ୍ୟକ ହୁଏ।

Leave A Reply

Your email address will not be published.