ଜେଏସପିଏଲ ଅନୁଗୁଳରେ 500 ଟନ୍ ତରଳ ଅମ୍ଳଜାନ ଷ୍ଟକ୍ ଉପଲବ୍ଧ

0 70

ଭୁବନେଶ୍ବର : କୋଭିଡ-19 ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଏହାର ଅନୁଗୁଳ ଷ୍ଟିଲ କାରଖାନାରେ 500 ଟନରୁ ଅଧିକ ତରଳ ଅମ୍ଳଜାନ ଷ୍ଟକ ଉପଲବ୍ଧ ଅଛି ବୋଲି ଏକ ଟ୍ଵିଟର ପୋଷ୍ଟରେ ଘୋଷଣା କରିଛି । “ଆମେବ୍ୟବହାରକାରୀଙ୍କ ଟ୍ୟାଙ୍କର୍ ପଠାଇବାକୁ ଅପେକ୍ଷା କରିଛୁ।  ପ୍ରଥମେ ଆସିଥିବା ସେବା ଭିତ୍ତିରେ କିମ୍ବା ଇସ୍ପାତ ମନ୍ତ୍ରଣାଳୟ ଦ୍ଵାରା  ସ୍ଥିର କରାଯାଇଥିବା ପ୍ରାଥମିକତା ଅନୁଯାୟୀ  ଆମେ ମେଡିକାଲ ଅକ୍ସିଜେନ ଯୋଗାଇଦେବୁ” ବୋଲି ଏହି ଟ୍ଵିଟର ପୋଷ୍ଟରେ କମ୍ପାନୀ ଘୋଷଣା କରିଛି | ଜେଏସପିଏଲ୍ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଏହାର ଓଡିଶା ଏବଂ ଛତିଶଗଡ ୟୁନିଟରୁ ମେଡିକାଲ ଅକ୍ସିଜେନ  ଯୋଗାଇବାକୁ ଘୋଷଣା କରିଥିଲେ। ଶ୍ରୀ ଜିନ୍ଦଲ କକହିଥିଲେ  ଯେ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଜେଏସପିଏଲ ଦେଶ ତଥା ଦେଶବାସୀଙ୍କ ସହ ସର୍ବଦା ଛିଡା ହୋଇଛି ଏବଂ ଏହି ମହାମାରୀ ସମୟରେ ଏହା ଜାରି ରଖିବ। ଆମ ପାଇଁ ଏହା ହେଉଛି ଦେଶ ପ୍ରଥମ | ମୁଁ ନିଶ୍ଚିତ ଯେ ଏକତ୍ର ଆମେ ମହାମାରୀକୁ ପରାସ୍ତ କରି ପାରିବା”। ଫାଷ୍ଟ କାମ ଫାଷ୍ଟ ସର୍ଭ ଭିତ୍ତିରେ ଅଥବା  ଇସ୍ପାତ ମନ୍ତ୍ରଣାଳୟ ଦ୍ଵାରା ସ୍ଥିର କରାଯାଇଥିବା ପ୍ରାଥମିକତା ଅନୁଯାୟୀ କମ୍ପାନୀ ଉପଲବ୍ଧ ମେଡିକାଲ ଅମ୍ଳଜାନ ଯୋଗାଇବ | ଗତ ବର୍ଷ, ଜେଏସପିଏଲ୍ କୋଭିଡ-19 ସମୟରେ ଓଡିଶାରେ 725 ଟନ୍ ମେଡିକାଲ ଅମ୍ଳଜାନ ଯୋଗାଇ ଦେଇଥିଲା |

Leave A Reply

Your email address will not be published.