ଓଡିଶାର ଡାକ୍ତରଖାନାଗୁଡ଼ିକୁ ମେଡିକାଲ ଅକ୍ସିଜେନ ଯୋଗାଉଛି ଜେଏସପିଏଲ

0 76

ଭୁବନେଶ୍ୱର: “ପ୍ରଥମେ ଲୋକ’ ନୀତିକୁ ଆଗକୁ ଅନୁସରଣ କରି ନବୀନ ଜିନ୍ଦଲ ନେତୃତ୍ୱାଧିନ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୋଭିଡ -୧୯ ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ (ଅମ୍ଳଜାନ) ଯୋଗାଇବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନକୁ ନିଶ୍ଚିତ କରିଛନ୍ତି ।

ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି, ଜେଏସପିଏଲର ଅନୁଗୁଳ ୟୁନିଟ ହେଡ଼ ତଥା କାର୍ଯ୍ୟର୍ନିବାହୀ ନିର୍ଦେଶକ ଶ୍ରୀ ହୃଦୟେଶ୍ୱର ଝା କହିଛନ୍ତି ଯେ, ଏକ ଦାୟିତ୍ୱବାନ କର୍ପୋରେଟ ସଂସ୍ଥା ଭାବରେ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ଜେଏସପିଏଲ ପ୍ରତିବଦ୍ଧ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହିତ ସର୍ବଦା ପ୍ରତିବଦ୍ଧ ଏବଂ କୋଭିଡ-୧୯ ମହାମାରୀ ଯୋଗୁଁ ସମସ୍ତ ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସମସ୍ତ ସହଯୋଗ କରିବ । ଜେଏସପିଏଲ ଏହି ସହଯୋଗକୁ ସ୍ୱାଗତ କରି ଅନୁଗୁଳ କଲେକ୍ଟର ଟ୍ିଟର ମାଧ୍ୟମରେ କମ୍ପାନୀର ସାମାଜିକ ସଂସ୍ଥା ଜେଏସପିଏଲ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି । ଜେଏସପିଏଲର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ପୂର୍ବରୁ ଘୋଷଣା କରିଛନ୍ତି ଯେ ଜେଏସପିଏଲ ଏହାର ଓଡିଶା ଏବଂ ଛତିଶଗଡ ୟୁନିଟରୁ ପ୍ରତିଦିନ ୫୦ ରୁ ୧୦୦ ଟନ୍ ମେଡିକାଲ ଅକ୍ସିଜେନ ଯୋଗାଇବ । ଶ୍ରୀ ଜିନ୍ଦଲ କହିଛନ୍ତି ଯେ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଜେଏସପିଏଲ ଦେଶ ତଥା ଦେଶବାସୀଙ୍କ ସହ ସର୍ବଦା ଛିଡା ହୋଇଛି ଏବଂ ଏହି ମହାମାରୀ ସମୟରେ ଏହା ଜାରି ରଖିବୟ ଆମ ପାଇଁ ଏହା ହେଉଛି ନେସନ ପ୍ରଥମ ମୁଁ ନିଶ୍ଚିତ ଯେ ଏକତ୍ର ଆମେ ମହାମାରୀକୁ ପରାସ୍ତ କରି ପାରିବା । ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସରକାରଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ଆମେ କିଛି ସମୟ ପାଇଁ ଇସ୍ପାତ ଉତ୍ପାଦନରେ ବୁଝାମଣା କରିପାରିବୁ ଆମର ପ୍ରାଥମିକତା ହେଉଛି ପ୍ରଥମେ ଲୋକ ବୋଲି ଟ୍ିଟରରେ ଶ୍ରୀ ଶର୍ମା କହିଥଲେ । କୋଭିଡ-୧୯ ମହାମାରୀରୁ ମାନବ ଜୀବନ ରକ୍ଷା କରିବା ପାଇଁ କମ୍ପାନୀ ଗତ ବର୍ଷ ୭୨୫ ଟନ୍ ତରଳ ଅମ୍ଳଜାନ ଯୋଗାଇ ଦେଇଥିଲା । ଓଡିଶା ସମେତ ଏହାର ସମସ୍ତ ୟୁନିଟରେ ରେ କୋଭିଡ-୧୯ର ଦ୍ୱିତୀୟ ଲହରକୁ ରୋକିବା ପାଇଁ ଜେଏସପିଏଲ ମଧ୍ୟ କର୍ମ·ରୀଙ୍କ ସ୍କ୍ରିନିଂ, ଟୀକାକରଣ, ସମସ୍ତ କର୍ମ·ରୀ ଏବଂ ଶ୍ରମିକଙ୍କ ପର୍ଯ୍ୟାୟକ୍ରମେ ପରୀକ୍ଷା, ସାନିଟାଇଜେସନ୍ ପାଇଁ ସୁବିଧା, ମାସ୍କ ବଣ୍ଟନ ଇତ୍ୟାଦି ବହୁମୁଖୀ ପଦକ୍ଷେପ ନେଇଛି । କମ୍ପାନୀର ସାମାଜିକ ସଂସ୍ଥାନ ଜେଏସପିଏଲ ଫାଉଣ୍ଡେସନ ଗତ ଏକ ବର୍ଷ ହେବ ସ୍ଥାନୀୟ ଅଂଚଳରେ ରନ୍ଧା ଖାଦ୍ୟ ଯୋଗାଇଦେବା ସହିତ ମାସ୍କ, ସାନିଟାଇଜର, ଫିନାଇଲ ଆଦି ବଣ୍ଟନ କରିଆସୁଛି ।

Leave A Reply

Your email address will not be published.