୫୦ ବସ୍ତା ଚୋରା ମହୁଲ ଜବତ, ଜଣେ ଗିରଫ

0 75


ପାରଳାଖେମୁଣ୍ଡି, ୨୬ା୪ : ଗଜପତି ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ୍ ଦ୍ୱାରା ୫୦ ବସ୍ତା ମହୁଲ ଚୋରା ଚାଲାଣ ହେଉଥିବା ବେଳେ ଧରାପଡିଥିବା ଜଣାପଡିଛି । ଗଜପତି ଜିଲ୍ଲା ଗୁମ୍ମା ଗ୍ରାମ ନିକଟରେ ଏକ ମ୍ୟାକ୍ସ ପିକଅପ୍ ନଂ ଓଡି୨୦୧୪୮୦ ଯୋଗେ ମହୁଲ ଫୁଲ ଚୋରା ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉବେଳେ ଉକ୍ତ ଗାଡିରୁ ୫୦ବସ୍ତା ତଥା ମୋଟ ୧୬ କେଜି ମହୁଲ ଫୁଳ ଦେଖିବାକୁ ପାଇଥିଲେ । ଏହାପରେ ଉକ୍ତ ଗାଡି ସମେତ ମହୁଲ ଫୁଲକୁ ଜବତ କରି ଘଟଣାରେ ସମ୍ପୃକ୍ତ ଗିଡାନ ଶବରଙ୍କୁ ଗିରଫ କରି ଥିବାର ଜଣାପଡିଛି । ଏହି ଚଢାଉରେ ଅବକାରୀ ଭ୍ରାମ୍ୟମାଣ ଟିମ୍ର ଏସ୍ଆଇ ବୃନ୍ଦାବନ ମଣ୍ଡଳ, ଏଏସ୍ଆଇ କିଶୋର ଚନ୍ଦ୍ର ରଥ, ମୋଜି ଶବର, ଅଗ୍ରିବ ଗମାଙ୍ଗ ପ୍ରମୁଖ ଉପସ୍ଥିତଥିଲେ । ଏନେଇ ପିଆର୍ ୨୦/୨୧ରେ ଅବକାରୀ ମାମଲା ରୁଜୁ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.