ବୃଦ୍ଧଙ୍କ ପାଇଁ ଦେବଦୂତ ସାଜିଲେ ପାରଳା ପୋଲିସ

0 42

ପାରଳାଖେମୁଣ୍ଡି, ୨୬ା୪ : ଜଣେ ବୃଦ୍ଧଙ୍କୁ ପ୍ରାଣକୁ ବଞ୍ଚାଇବା ପାଇଁ ପାରଳା ପୋଲିସ ଦେବଦୂତ ସାଜି ଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସର ମାନବିକତାକୁ ନେଇ ପ୍ରଶଂସାର ସୁଅ ଛୁଟୁଅଛି । ସୂଚନା ଯୋଗ୍ୟ ଯେ, ଗତକାଲି ପୋଲିସ ଷ୍ଟେସନ ଛକ ଠାରୁ ମେଡିକାଲ ଅଭିମୁଖେ ଯାଉଥିବା ରାସ୍ତା ପାଶ୍ୱର୍ରେ ଥିବା ଏକ ନାଳରେ ବୃଦ୍ଧ ଜଣକ ପଡିଯାଇଥିଲେ । ସଟଡାଉନ୍ ଜାରି ରହିଥିବାରୁ କୌଣସି ଲୋକଙ୍କ ଯାତାୟତ ନଥିଲା । ଠିକ୍ ଏହି ସମୟରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷତତ୍ୱାବଧାନରେ ପୋଲିସ ପେଟ୍ରୋଲିଂ କରୁଥିଲେ । ଏମାନଙ୍କ ମଧ୍ୟରୁ ଏଏସ୍ଆଇ ସୁନନ୍ଦା ପାତ୍ରଙ୍କ ନଜର ପଡିଥିଲା । ସେ ଏବଂ ତାଙ୍କ ଟିମ୍ ବୃଦ୍ଧଙ୍କୁ ନାଳରୁ ଉଦ୍ଧାର କରି ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ବୃଦ୍ଧ ଜଣକ ଖଞ୍ଜା ସାହିର ୬୧ବର୍ଷିୟ ପି.ଶିବ ପ୍ରସାଦ ରେଡ୍ଡୀ ଏବଂ ସେ କୌଣସି କାମରେ ବାହାରକୁ ଯାଇଥିଲେ । ଦେବଦୂତ ହୋଇ ପୋଲିସ କର୍ମଚାରୀ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରିଥିବାରୁ ସହରର ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଅଛି । ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ପୋଲିସ ନିଜର ଜୀବନକୁ ବାଜି ଲଗାଇ କରୋନା ସଂକ୍ରମଣର ପ୍ରତିହତ କରିବା ପାଇଁ କାର୍ଯ୍ୟ କରି ପ୍ରଶଂସା ପାଉଥିବା ବେଳେ ଏପରି ମାନବିକତା ଦେଖାଇ ଅତ୍ୟାଧିକ ପ୍ରଶଂସିତ ହେଉଥିବାର ଲକ୍ଷ୍ୟ କରାଯାଇଛି ।

Leave A Reply

Your email address will not be published.