୧୧କେଭି ବିଦ୍ୟୁତ ତାର ବାଜି ଜଣେ ଶ୍ରମିକ ମୃତ,୩ଜଣ ଅଳ୍ପକେ ବର୍ତ୍ତିଲେ

0 52

ପାରଳାଖେମୁଣ୍ଡି, ୨୯ା୦୪ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନାର ଦମାଦୁଆ ପଞ୍ଚାୟତ ବିଜେଲଗାଝୀ ଗ୍ରାମ ନିକଟରେ ବିଦ୍ୟୁତ ତାର ଲାଗି ଜଣେ ଶ୍ରମିକର ମୃତ୍ୟୁ ଘଟିଛି । ଏଥିରେ ଶ୍ରମିକର ମାଆ ଓ ଅନ୍ୟ ୨ଜଣ ଶ୍ରମିକ ମଧ୍ୟ ବିଦ୍ୟୁତ ଆଘାତ ପାଇ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଏକ ବାଲି ବଝୋଇ ଟ୍ରାକ୍ଟର ଆଲିଗଣ୍ଡାରୁ ବାଲି ନେଇ ଗାଣ୍ଡା ଗୁଡା ଅଭିମୁଖେ ଯାଉଥିବା ବେଳେ ବିଜେଲଗାଝୀ ନିକଟରେ ରାସ୍ତାରେ ତଳକୁ ଓହଳି ଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିବାରୁ ଆଲିଗଣ୍ଡା ଗ୍ରାମର ଶ୍ରମିକ କାଳୁ ମଳିକ (୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମାଆ ଲିଞ୍ଜାମା ମଳିକ(୪୭) ସାମାନ୍ୟ ଆଘାତ ହୋଇଛନ୍ତି । ଟ୍ରାକ୍ଟର ଡାଲାରେ ବସିଥିବା ଅନ୍ୟ ଦୁଇଜଣ ସୁରକ୍ଷିତ ଥିବା ଜଣାପଡିଛି । ଶ୍ରମିକ ପରିବାରର ଲୋକେ ଥାନାରେ ଅଭିଯୋଗ ନ କରି ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରି ଦେଇ ଥିବାର ଜଣାପଡିଛି ।

Leave A Reply

Your email address will not be published.