ପାରଳା ସିଙ୍କିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷାଣା

0 63

ପାରଳାଖେମୁଣ୍ଡି, ୨୯ା୦୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କରୋନାର ଦ୍ୱିତୀୟ ଲହରୀ ଚଳିତ ମାସ ପ୍ରଥମାର୍ଦ୍ଧରୁ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦୈନନ୍ଦିନ ସହରର ବିଭିନ୍ନ ସାହି ବସ୍ତିରେ ଏହି ସଂଖ୍ୟା ବୃଦ୍ଧି ପାଉଛି । ସହରର ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ସିଙ୍କି ସାହି ଅଞ୍ଚଳରେ କରୋନା ପଜିଟିଭ୍ ସଂଖ୍ୟା ଅଧିକ ଥିବାରୁ ଉକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳ ଆସନ୍ତା ୭ଦିନ ଧରି କଣ୍ଟନମେଣ୍ଟ ଜୋନ୍ ଭାବେ ରହିବ ବୋଲି ଜଣାପଡିଛି । କଣ୍ଟେନମେଣ୍ଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବାଉଁଶ ବାଡ ତିଆରି କରି ଏହି ଅଞ୍ଚଳକୁ ଯାତାୟତରେ ବାରଣ ଲଗାଇଛି ପ୍ରଶାସନ । ଏହି ଅଞ୍ଚଳରେ ସମସ୍ତ ପରିବାରବର୍ଗଙ୍କ ପ୍ରଶାସନ ପକ୍ଷରୁ କରୋନା ପରୀକ୍ଷଣ ଯଥା ଥର୍ମାଲ ଟେଷ୍ଟ, ଆଣ୍ଟିଜେନ ଟେଷ୍ଟ କରାଯାଉଥିବାର ଦେଖିବାକୁ ମିଳିଛି । ତେବେ ପ୍ରଶାସନ ପକ୍ଷରୁ ସମସ୍ତେ କୋଭିଡ୍-୧୯ ନିୟମ ମୁତାବକ ସତର୍କତା ଅବଲମ୍ବନ କରିବାପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.